ତୋସଖାନା ମାମଲାରେ ଇମ୍ରାନଙ୍କ ବିରୋଧରେ ଅପରାଧିକ ବିଚାରଣ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୁର୍ନୀତି ମାମଲାରେ ଗିରଫ ହେବାର ୨ ଦିନ ପରେ ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ଇମ୍ରାନଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫକୁ ବେଆଇନ କହିଥିଲେ। କୋର୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନ ଆଜି ଇସଲାମାବାଦ ହାରଇକୋର୍ଟରେ ହାଜର ହେବାପରେ ତାଙ୍କୁ ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ଇମ୍ରାନଙ୍କ ବିରୋଧରେ ତୋସଖାନା ମାମଲାରେ […]
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୁର୍ନୀତି ମାମଲାରେ ଗିରଫ ହେବାର ୨ ଦିନ ପରେ ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ଇମ୍ରାନଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫକୁ ବେଆଇନ କହିଥିଲେ। କୋର୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନ ଆଜି ଇସଲାମାବାଦ ହାରଇକୋର୍ଟରେ ହାଜର ହେବାପରେ ତାଙ୍କୁ ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ଇମ୍ରାନଙ୍କ ବିରୋଧରେ ତୋସଖାନା ମାମଲାରେ ଅପରାଧିକ ବିଚାରଣ ବନ୍ଦ କରିବାପାଇଁ ପାକିସ୍ତାନ କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗତକାଲି ରାତିରେ ଇସଲାମାବାଦ ପୁଲିସ ଲାଇନ୍ସ ଗେଷ୍ଟ ହାଉସରେ ରହିଥିଲେ। ଆଜି ସକାଳେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳକୁ ଯୋଡ଼ି ହୋଇଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା। ଲଗାତାର ୪ ଦିନ ଧରି ପାକିସ୍ତାନରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଗତକାଲି ପିଟିଆଇର ଶାହ ମହମ୍ମଦ କୁରେସିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଗିରଫ ହୋଇଥିଲେ। ଆଜି ମଧ୍ୟ ଜଣେ ବରିଷ୍ଠ ନେତା ଗିରଫ ହୋଇଥିବା ଜଣାପଡ଼ିଛି।




