ତୋଶଖାନା ମାମଲାରେ ଇମ୍ରାନଙ୍କୁ ୩ ବର୍ଷ ଜେଲ୍, ଗିରଫ ହେଲେ

ଇସଲାମାବାଦ, ୫/୮ : ତୋଶଖାନା ମାମଲାରେ ଇମ୍ରାନ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଇସଲାମାବାଦା ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଶଖାନା ମାମଲାରେ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଇମ୍ରାନଙ୍କୁ ୫ ବର୍ଷ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଇମ୍ରାନଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। କୋର୍ଟ କହିଛନ୍ତି, ଯଦି ଇମ୍ରାନ୍ ଜରିମାନା ରାଶି ଦେବାରେ ବିଫଳ ହେବେ ତେବେ ଆଉ ୬ ମାସ […]

Samaya Live Picture
Published On

ଇସଲାମାବାଦ, ୫/୮ : ତୋଶଖାନା ମାମଲାରେ ଇମ୍ରାନ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଇସଲାମାବାଦା ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଶଖାନା ମାମଲାରେ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଇମ୍ରାନଙ୍କୁ ୫ ବର୍ଷ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଇମ୍ରାନଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। କୋର୍ଟ କହିଛନ୍ତି, ଯଦି ଇମ୍ରାନ୍ ଜରିମାନା ରାଶି ଦେବାରେ ବିଫଳ ହେବେ ତେବେ ଆଉ ୬ ମାସ ଅଧିକ ଦିନ ଜେଲ୍ରେ ରହିବେ। ଆଜିର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଇମ୍ରାନଙ୍କ ବିରୋଧରେ ଉକ୍ତ ମାମଲାରେ ଥିବା ଅଭିଯୋଗର ପ୍ରମାଣ ମିଳିଛି। ଇମ୍ରାନ ନିର୍ବାଚନ କମିସନ୍ଙ୍କ ନିକଟରେ ନକଲି ତଥ୍ୟ ଦେଇଥିଲେ ଏବଂ ସେ ଦୁର୍ନୀତିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି। ଇମ୍ରାନ ଖାନ୍ କ୍ଷମତାରେ ଥିବା ସମୟରେ ଦେଶର ସବୁ ଦାମୀ ଉପହାର ବିକ୍ରି କରି ଲାଭବାନ ହୋଇଥିଲେ। ଏହି ମାମଲାରେ ଆଜି ଇମ୍ରାନଙ୍କୁ ଦଣ୍ଡାଦେଶ ହୋଇଛି। ଆଜିର ଶୁଣାଣି ସମୟରେ ଇମ୍ରାନ କୋର୍ଟରେ ଉପସ୍ଥିତ ନଥିଲେ। କୋର୍ଟଙ୍କ ଦଣ୍ଡାଦେଶ ପରେ ପିଟିଆଇ (ପାକିସ୍ତାନ ତେଏରିକ ଏକ ଇନସାଫ) ଅଧ୍ୟକ୍ଷ ଇମ୍ରାନଙ୍କୁ ଲାହୋର ସ୍ଥିତ ତାଙ୍କ ବାସଭବନରୁ ଇସଲାମାବାଦ ପୁଲିସ ଗିରଫ କରିଛି।

Tags: