ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଷ୍ଟୁଲ୍ ଏବଂ ଦଳିତ ଉପମୁଖ୍ୟମନ୍ତ୍ରୀ ଚଟାଣରେ ବସିବା ଘଟଣାକୁ ନେଇ ତୀବ୍ର ବିବାଦ

ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଅନ୍ୟ ମନ୍ତ୍ରୀମାନଙ୍କ ସହ ଷ୍ଟୁଲ୍ ଉପରେ ବସିଥିବା ଏବଂ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଚଟାଣରେ ବସିଥିବାର ଏକ ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ତୀବ୍ର ବିବାଦ ହୋଇଛି। ଭାରତ ରାଷ୍ଟ୍ର ସମିତି ଦଳ ଦ୍ବାରା ଏହି ଭିଡିଓ ଏକ୍ସରେ ସେୟାର କରାଯାଇଛି। ଶାସକ କଂଗ୍ରେସ ମଲ୍ଲୁ ଭଟ୍ଟି ବିକ୍ରମାର୍କଙ୍କୁ ଅପମାନିତ କରିଛି ବୋଲି ଭାରତ ରାଷ୍ଟ୍ର ସମିତି ଅଭିଯୋଗ କରିଛି। […]

Samaya Live Picture
Published On

ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଅନ୍ୟ ମନ୍ତ୍ରୀମାନଙ୍କ ସହ ଷ୍ଟୁଲ୍ ଉପରେ ବସିଥିବା ଏବଂ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଚଟାଣରେ ବସିଥିବାର ଏକ ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ତୀବ୍ର ବିବାଦ ହୋଇଛି। ଭାରତ ରାଷ୍ଟ୍ର ସମିତି ଦଳ ଦ୍ବାରା ଏହି ଭିଡିଓ ଏକ୍ସରେ ସେୟାର କରାଯାଇଛି। ଶାସକ କଂଗ୍ରେସ ମଲ୍ଲୁ ଭଟ୍ଟି ବିକ୍ରମାର୍କଙ୍କୁ ଅପମାନିତ କରିଛି ବୋଲି ଭାରତ ରାଷ୍ଟ୍ର ସମିତି ଅଭିଯୋଗ କରିଛି। ଭାରତ ରାଷ୍ଟ୍ର ସମିତି ଦଳର ଅଭିଯୋଗ ଅନୁଯାୟୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଏକ ମନ୍ଦିରକୁ ଯାଇଥିଲେ। ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟ ମନ୍ତ୍ରୀମାନଙ୍କ ସହ ଷ୍ଟୁଲ୍ ଉପରେ ବସିଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଚଟାଣ ଉପରେ ବସିଥିବାର ଦେଖିବାକୁ ମିଳିଛି। ମଲ୍ଲୁ ଭଟ୍ଟି ଦଳିତ ହୋଇଥିବାରୁ ତାଙ୍କୁ ତଳେ ବସିବାକୁ କୁହାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ମଲ୍ଲୁ ଭଟ୍ଟି ବିକ୍ରମାର୍କ ଗତବର୍ଷ ତେଲେଙ୍ଗାନାର ପ୍ରଥମ ଦଳିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Tags: