ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡି
ନୂଆଦିଲ୍ଲୀ : ଅନୁମୁଲା ରେବନ୍ତ ରେଡ୍ଡି ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭଟ୍ଟି ବିକ୍ରମର୍କା ମଲ୍ଲୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ଅନ୍ୟ ୧୦ ଜଣ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଉଛନ୍ତି ଦାମୋଦର ରାଜା ନରସିଂହ, ଉତ୍ତମ କୁମାର ରେଡ୍ଡି, କୋମାତିରେଡ୍ଡି ଭେଙ୍କଟ ରେଡ୍ଡି, ସିଥାକ୍କା, ପୁନମ ପ୍ରଭାକର, ଶ୍ରୀଧର ବାପୁ, ତୁମ୍ମଲା ନାଗେଶ୍ବର ରାଓ, କୋଣ୍ଡା ସୁରେଖା. […]
ନୂଆଦିଲ୍ଲୀ : ଅନୁମୁଲା ରେବନ୍ତ ରେଡ୍ଡି ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭଟ୍ଟି ବିକ୍ରମର୍କା ମଲ୍ଲୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ଅନ୍ୟ ୧୦ ଜଣ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଉଛନ୍ତି ଦାମୋଦର ରାଜା ନରସିଂହ, ଉତ୍ତମ କୁମାର ରେଡ୍ଡି, କୋମାତିରେଡ୍ଡି ଭେଙ୍କଟ ରେଡ୍ଡି, ସିଥାକ୍କା, ପୁନମ ପ୍ରଭାକର, ଶ୍ରୀଧର ବାପୁ, ତୁମ୍ମଲା ନାଗେଶ୍ବର ରାଓ, କୋଣ୍ଡା ସୁରେଖା. ଜୁପାଲ୍ଲି ଏବଂ କ୍ରୀଷ୍ଣା ପୋଙ୍ଗୁଲେଟି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏଆଇସିସି ସଭାପତି ରାହୁଲ ଗାନ୍ଧି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।




