ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେନି ୱାଇଏସ୍ ଶର୍ମିଲା
ନୂଆଦିଲ୍ଲୀ: ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ୍ ଶର୍ମିଲା ଆସନ୍ତା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେନି। ଶର୍ମିଲା କଂଗ୍ରେସକୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ଶର୍ମିଲା କହିଛନ୍ତି, ନିର୍ବାଚନରେ ଭୋଟ୍ ବିଭାଜନକୁ ଏଡ଼ାଇବାପାଇଁ ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ। ଭୋଟ୍ ବିଭାଜନ ହେଲେ ଏହାର ପ୍ରକୃତ ଫାଇଦା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନେବେ। ଏହି କାରଣ ପାଇଁ ୱାଇଏସଆର ତେଲେଙ୍ଗାନା ପାର୍ଟି […]
ନୂଆଦିଲ୍ଲୀ: ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ୍ ଶର୍ମିଲା ଆସନ୍ତା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେନି। ଶର୍ମିଲା କଂଗ୍ରେସକୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ଶର୍ମିଲା କହିଛନ୍ତି, ନିର୍ବାଚନରେ ଭୋଟ୍ ବିଭାଜନକୁ ଏଡ଼ାଇବାପାଇଁ ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ। ଭୋଟ୍ ବିଭାଜନ ହେଲେ ଏହାର ପ୍ରକୃତ ଫାଇଦା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନେବେ। ଏହି କାରଣ ପାଇଁ ୱାଇଏସଆର ତେଲେଙ୍ଗାନା ପାର୍ଟି କଂଗ୍ରେସକୁ ସମର୍ଥନ କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଶର୍ମିଲା କହିଛନ୍ତି, କେସିଆରଙ୍କ ନେତୃତ୍ବାଧୀନ ବିଆରଏସ ଦୁର୍ନୀତି ଏବଂ ଜନ ବିରୋଧୀ ନିୟମକୁ ଶେଷ କରିବାପାଇଁ ତାଙ୍କ ଦଳ ଏହି ତ୍ୟାଗ କରିବାପାଇଁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୩୦ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାବେଳେ ଡିସେମ୍ବର ୩ରେ ଫଳାଫଳ ଆସିବ।




