ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ: ୭ ମାଓବାଦୀ ନିହତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ମୁଲୁଗୁ ଜିଲ୍ଲାର ଚାଲପାକା ଜଙ୍ଗଲରେ ରବିବାର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ତେଲେଙ୍ଗାନା ଗ୍ରେହାଉଣ୍ଡ ବାହିନୀ ଏବଂ ସ୍ବତନ୍ତ୍ର ଅପରେସନ ସ୍କ୍ଵାଡ୍‌ ଆଜି ମାଓବାଦୀଙ୍କ ଏକ ଆଡ଼ା ଉପରେ ମିଳିତ ଚଢ଼ଉ କରିଥିଲେ। ଗୁଇନ୍ଦା ସୂତ୍ରରୁ ଉକ୍ତ ଆଡ଼ା ସଂପର୍କରେ ଖବର ମିଳିବା ମାତ୍ରେ ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରାବନ୍ଦୀ କରି ରଖିଥିଲେ। ପ୍ରାୟ […]

Samaya Live Picture
Published On

ହାଇଦ୍ରାବାଦ: ତେଲେଙ୍ଗାନାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ମୁଲୁଗୁ ଜିଲ୍ଲାର ଚାଲପାକା ଜଙ୍ଗଲରେ ରବିବାର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ତେଲେଙ୍ଗାନା ଗ୍ରେହାଉଣ୍ଡ ବାହିନୀ ଏବଂ ସ୍ବତନ୍ତ୍ର ଅପରେସନ ସ୍କ୍ଵାଡ୍‌ ଆଜି ମାଓବାଦୀଙ୍କ ଏକ ଆଡ଼ା ଉପରେ ମିଳିତ ଚଢ଼ଉ କରିଥିଲେ। ଗୁଇନ୍ଦା ସୂତ୍ରରୁ ଉକ୍ତ ଆଡ଼ା ସଂପର୍କରେ ଖବର ମିଳିବା ମାତ୍ରେ ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରାବନ୍ଦୀ କରି ରଖିଥିଲେ। ପ୍ରାୟ ୩ ଘଣ୍ଟାର ଗୁଳି ବିନିମୟ ପରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୁଲୁଗୁ ଆରକ୍ଷୀ ଅଧୀକ୍ଷକ ପି ଶବାରିଶ କହିଛନ୍ତି ଯେ ସମସ୍ତ ନିହତ ମାଓବାଦୀଙ୍କ ପରିଚୟ ମିଳିଛି ଏବଂ ଅଧିକାଂଶ ଛତିଶଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ମାଓନେତା ବଦ୍ରୁ ରହିଥିବା ଜଣାପଡ଼ିଛି। ବଦ୍ରୁ ସିପିଆଇ-ମାଓବାଦୀ ରାଜ୍ୟ କମିଟିର ସଦସ୍ୟ ଏବଂ ତାକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ଦୀର୍ଘଦିନ ଧରି ପ୍ରୟାସ କରିଆସୁଥିଲା। ନିହତ ମାଓବାଦୀଙ୍କ ମଧ୍ୟରେ ୨୫ ବର୍ଷୀୟ ଜୟ ସିଂହ ମଧ୍ୟ ରହିଛି। ସୁରକ୍ଷାବାହିନୀ ଉପରେ ଏକାଧିକ ଆକ୍ରମଣରେ ସେ ସିଧାସଳଖ ସାମିଲ ଥିଲା। ଘଟଣାସ୍ଥଳରୁ ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି ଏକେ ୪୭ ରାଇଫଲ ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏହି ଅପରେସନ ପରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ କମ୍ବିଂ ଜୋରଦାର ହୋଇଛି। ଚାଲପାକା ଜଙ୍ଗଲ ଅଂଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ୍‌ ମୁତୟନ କରାଯାଇଛି।

Tags: