ତେଲେଙ୍ଗାନାରେ ବର୍ଷା ନେଲା ୪୪ ଜୀବନ, ୪୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି
ହାଇଦ୍ରାବାଦ: ତେଲେଙ୍ଗାନାରେ ଜୁଲାଇ ୧୮ରୁ ୨୮ ଭିତରେ ହୋଇଥିବା ପ୍ରବଳ ବର୍ଷାରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବର୍ଷା ଓ ବନ୍ୟା ଯୋଗୁଁ ବିଭିନ୍ନ ରାସ୍ତାଘାଟ, ଜଳସେଚନ ଭିତ୍ତିଭୂମି, ପାଣିପାଇପ ଲାଇନ ଓ ବିଦ୍ୟୁତ୍ ଭିତ୍ତିଭୂମିର ଯେଉଁ କ୍ଷତି ଘଟିଛି ତାହାର ପରିମାଣ ପ୍ରାୟ ୪,୫୬୫ କୋଟି ଟଙ୍କା ହେବ ବୋଲି ଶୁକ୍ରବାର ରାଜ୍ୟ ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି। ଗତମାସର ବର୍ଷା ଓ ବନ୍ୟା ଉପରେ ବିଧାନସଭାରେ ଆଲୋଚନା ହେବା ଅବସରରେ ରାଜ୍ୟ ପୂର୍ତ୍ତ […]
ହାଇଦ୍ରାବାଦ: ତେଲେଙ୍ଗାନାରେ ଜୁଲାଇ ୧୮ରୁ ୨୮ ଭିତରେ ହୋଇଥିବା ପ୍ରବଳ ବର୍ଷାରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବର୍ଷା ଓ ବନ୍ୟା ଯୋଗୁଁ ବିଭିନ୍ନ ରାସ୍ତାଘାଟ, ଜଳସେଚନ ଭିତ୍ତିଭୂମି, ପାଣିପାଇପ ଲାଇନ ଓ ବିଦ୍ୟୁତ୍ ଭିତ୍ତିଭୂମିର ଯେଉଁ କ୍ଷତି ଘଟିଛି ତାହାର ପରିମାଣ ପ୍ରାୟ ୪,୫୬୫ କୋଟି ଟଙ୍କା ହେବ ବୋଲି ଶୁକ୍ରବାର ରାଜ୍ୟ ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି। ଗତମାସର ବର୍ଷା ଓ ବନ୍ୟା ଉପରେ ବିଧାନସଭାରେ ଆଲୋଚନା ହେବା ଅବସରରେ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ବେମୁଲା ପ୍ରଶାନ୍ତ ରେଡ୍ଡି ଏହି ସୂଚନା ଦେଇଥିଲେ। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଘରଭଙ୍ଗା ପାଇଁ ୧୦,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ।




