ତେଲେଙ୍ଗାନାରେ ବର୍ଷା ଓ ବନ୍ୟା‌ ବିତ୍ପାତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ ମୋରଞ୍ଚପାଲ୍ଲି ଗ୍ରାମରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚା‌ଲିଯାଇଛି। ସମଗ୍ର ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ଗାଁ ଲୋକ ପ୍ରାଣ ବିକଳରେ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ରହିଛନ୍ତି। ଭିଡିଓ କରି […]

Samaya Live Picture
Published On

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ ମୋରଞ୍ଚପାଲ୍ଲି ଗ୍ରାମରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚା‌ଲିଯାଇଛି। ସମଗ୍ର ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ଗାଁ ଲୋକ ପ୍ରାଣ ବିକଳରେ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ରହିଛନ୍ତି। ଭିଡିଓ କରି ସେମାନେ ସେମାନଙ୍କୁ ଉଦ୍ଧାର କରିବାପାଇଁ ଅନୁରୋଧ କରିବାପରେ ପ୍ରଶାସନ ଦ୍ବାରା ଉଦ୍ଧାର ଅପରେସନ ଆରମ୍ଭ ହୋଇଛି । ସେନା‌ ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଉକ୍ତ ଗ୍ରାମରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ‌ତେବେ ୨ ଜଣ ବନ୍ୟା ଜଳରେ ଭାସିଯାଇଛନ୍ତି। ପ୍ରାୟ ୧୫୦୦ ଲୋକଙ୍କ ଜୀବନ ବିପଦରେ ରହିଛି। ଗୋଦାବରୀ ଜଳସ୍ତର ଦ୍ବିତୀୟ ବିପଦ ସଙ୍କେତ ଟପିବାପରେ ଭଦ୍ରଚଲମରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ୪ଟି ପୃଥକ ଘଟଣାରେ ବଜ୍ରପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ଦିନ ୫ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି।

Tags: