ତେଲେଙ୍ଗାନାରେ କେସିଆରଙ୍କୁ ଝଟକା, ରାୟଥୁ ବନ୍ଧୁ ଯୋଜନା ଉପରେ ରୋକ୍ ଲଗାଇଲେ ନିର୍ବାଚନ କମିସନ୍
ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଧାନସଭା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ଶକ୍ତ ଝଟ୍କା ଲାଗିଛି। ରାୟଥୁ ବନ୍ଧୁ ଯୋଜନା ଅଧୀନରେ କୃଷକମାନଙ୍କୁ ସେମାନଙ୍କ ରବି ଫସଲ ବଢ଼ାଇବାପାଇଁ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ସରକାର ଦେଉଥିବା ଆର୍ଥିକ ସହଯୋଗ ଉପରେ ଇସି (ନିର୍ବାଚନ କମିସନ୍) ରୋକ୍ ଲଗାଇଛନ୍ତି। ରାଜ୍ୟର ଜଣେ ମନ୍ତ୍ରୀ ଏହି ଅଭିଯାନ ଉପରେ ସର୍ବସାଧାରଣରେ ଟିପ୍ପଣୀ ଦେବାପରେ ନିର୍ବାଚନ କମିସନ୍ କହିଛନ୍ତି, ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ତେଣୁ […]
ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଧାନସଭା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ଶକ୍ତ ଝଟ୍କା ଲାଗିଛି। ରାୟଥୁ ବନ୍ଧୁ ଯୋଜନା ଅଧୀନରେ କୃଷକମାନଙ୍କୁ ସେମାନଙ୍କ ରବି ଫସଲ ବଢ଼ାଇବାପାଇଁ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ସରକାର ଦେଉଥିବା ଆର୍ଥିକ ସହଯୋଗ ଉପରେ ଇସି (ନିର୍ବାଚନ କମିସନ୍) ରୋକ୍ ଲଗାଇଛନ୍ତି। ରାଜ୍ୟର ଜଣେ ମନ୍ତ୍ରୀ ଏହି ଅଭିଯାନ ଉପରେ ସର୍ବସାଧାରଣରେ ଟିପ୍ପଣୀ ଦେବାପରେ ନିର୍ବାଚନ କମିସନ୍ କହିଛନ୍ତି, ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ତେଣୁ ଇସି ରାୟଥୁ ବନ୍ଧୁ ଯୋଜନା ଉପରେ ରୋକ୍ ଲଗାଇ ଦେଇଛନ୍ତି। ୨୦୧୮ରେ ଆରମ୍ଭ ହୋଇଥିଲା ରାୟଥୁ ବନ୍ଧୁ ଯୋଜନା। ଏହି ଯୋଜନା ଅଧୀନରେ ତେଲେଙ୍ଗାନା ସରକାର କୃଷକଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ଏକର ପିଛା ୫ ହଜାର ଟଙ୍କା ଅର୍ଥ ସହାୟତା ଦେଉଛନ୍ତି। ତେବେ ଏହି ଯୋଜନା ଅଧୀନରେ ଅକ୍ଟୋବରରୁ ଜାନୁଆରି ମଧ୍ୟରେ କୃଷକଙ୍କୁ ଟଙ୍କା ବଣ୍ଟନ ପାଇଁ ଇସି କିଛି ସର୍ତ୍ତ ଆଧାରରେ ଅନୁମତି ଦେଇଥିଲେ । କିନ୍ତୁ ଉକ୍ତ ପ୍ରସଙ୍ଗକୁ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କ ଟିପ୍ପଣୀ ପାଇଁ ଇସି ପରବର୍ତ୍ତୀ ସମୟରେ ଏହି ଯୋଜନା ଉପରେ ରୋକ୍ ଲଗାଇଛନ୍ତି।




