ତେଲେଙ୍ଗାନାରେ କଂଗ୍ରେସକୁ ସମର୍ଥନ କଲା ଷ୍ଟାଲିନଙ୍କ ଦଳ

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଦଳ ଡିଏମ୍କେ ଆସନ୍ତା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବାପାଇଁ ନିଷ୍ପତ୍ତି ନେଇଛି। ଦଳ ଏକ ବିବୃତି ଜାରି କରି କହିଛି ଏହାର କର୍ମୀମାନେ ନିର୍ବାଚନରେ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତାଇବାପାଇଁ କାମ କରିବା ଉଚିତ। ଡିଏମ୍କେ ହେଉଛି ତାମିଲନାଡ଼ୁରେ କଂଗ୍ରେସର ସହଯୋଗୀ ଦଳ। ଉଭୟ ମଧ୍ୟ ବିରୋଧୀ ଇଣ୍ଡିଆ ମେଣ୍ଟର ଅଂଶବିଶେଷ। ଉଲ୍ଲେଖଯୋଗ୍ୟ ଯେ ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ନଭେମ୍ବର ୩୦ […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଦଳ ଡିଏମ୍କେ ଆସନ୍ତା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବାପାଇଁ ନିଷ୍ପତ୍ତି ନେଇଛି। ଦଳ ଏକ ବିବୃତି ଜାରି କରି କହିଛି ଏହାର କର୍ମୀମାନେ ନିର୍ବାଚନରେ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତାଇବାପାଇଁ କାମ କରିବା ଉଚିତ। ଡିଏମ୍କେ ହେଉଛି ତାମିଲନାଡ଼ୁରେ କଂଗ୍ରେସର ସହଯୋଗୀ ଦଳ। ଉଭୟ ମଧ୍ୟ ବିରୋଧୀ ଇଣ୍ଡିଆ ମେଣ୍ଟର ଅଂଶବିଶେଷ। ଉଲ୍ଲେଖଯୋଗ୍ୟ ଯେ ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ନଭେମ୍ବର ୩୦ ତାରିଖରେ ତେରଲେଙ୍ଗାନା ବିଧାନସଭଳୟା ନିର୍ବାଚନ ଲଢ଼ିବନି ବୋଲି ଘୋଷଣା କରିବାର କିଛି ଦିନ ପରେ ଡିଏମ୍କେ ଆଜି ଏହାର କଂଗ୍ରେସକୁ ସମର୍ଥନ କରିବା ନିଷ୍ପତ୍ତି ସଂକ୍ରାନ୍ତରେ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନାରେ ସମସ୍ତ ୧୧୯ ଆସନରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୩୦ରେ ଭୋ୍ଟ୍ ଗ୍ରହଣ ହେବ। ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି, କଂଗ୍ରେସ ଏବଂ ବିଜେପି ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ। ଆସନ୍ତା ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ।

Tags: