ତେଲେଙ୍ଗାନାରେ ଅଟୋରିକ୍ସା ଉପରକୁ ମାଡ଼ିଗଲା ଲରି , ୫ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଲରି ଏକ ଅଟୋରିକ୍ସା ଉପରକୁ ମାଡ଼ି ଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅଟୋରିକ୍ସାରେ ମୋଟ୍‌ ୫ ଜଣ ଜଙ୍ଗଲ ଅଞ୍ଚଳରୁ ମହୁ ସଂଗ୍ରହ ପାଇଁ ୱାରଙ୍ଗଲରୁ ଖମ୍ମମକୁ ଯାଉଥିବାବେଳେ ବାଟରେ ୱାର୍ଦ୍ଧନପେଟ୍ର ୟେଲ୍ଲାଣ୍ଡା ଗ୍ରାମରେ ଏହିା ଦୁର୍ଘଟଣା ହୋଇଛି। ୱାର୍ଦ୍ଧନପେଟ୍ ପୁଲିସର ସର୍କଲ୍ ଇନ୍ସପେକ୍ଟର ଏସ୍ ଶ୍ରୀନିବାସ କହିଛନ୍ତି, […]

Samaya Live Picture
Published On

ହାଇଦ୍ରାବାଦ : ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଲରି ଏକ ଅଟୋରିକ୍ସା ଉପରକୁ ମାଡ଼ି ଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅଟୋରିକ୍ସାରେ ମୋଟ୍‌ ୫ ଜଣ ଜଙ୍ଗଲ ଅଞ୍ଚଳରୁ ମହୁ ସଂଗ୍ରହ ପାଇଁ ୱାରଙ୍ଗଲରୁ ଖମ୍ମମକୁ ଯାଉଥିବାବେଳେ ବାଟରେ ୱାର୍ଦ୍ଧନପେଟ୍ର ୟେଲ୍ଲାଣ୍ଡା ଗ୍ରାମରେ ଏହିା ଦୁର୍ଘଟଣା ହୋଇଛି। ୱାର୍ଦ୍ଧନପେଟ୍ ପୁଲିସର ସର୍କଲ୍ ଇନ୍ସପେକ୍ଟର ଏସ୍ ଶ୍ରୀନିବାସ କହିଛନ୍ତି, ଅଟୋରିକ୍ସା ଡ୍ରାଇଭରଙ୍କ ସମେତ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଶ୍ରୀନିବାସଙ୍କ ଅନୁଯାୟୀ ଆଜି ସକାଳ ପ୍ରାୟ ୭.୧୨ ସମୟରେ ଏହି ଦୁର୍ଘଟଣା ହୋଇଛି। ରାଜସ୍ଥାନର ଏକ ଲରି ବିପରୀତ ପାର୍ଶ୍ବରୁ ଆସି ଅଟୋ ରିକ୍ସା ଉପରେ ମାଡ଼ି ଯାଇଥିଲା। ଅଟୋ ରିକ୍ସାରେ ଡ୍ରାଇଭରଙ୍କ ସମେତ ମୋଟ୍ ୬ ଜଣ ଥିଲେ। ଲରି ଡ୍ରାଇଭର ମଦ ନିଶାରେ ରହି ଏହି ଦୁର୍ଘଟଣା ଘଟାଇଛି ବୋଲି ପୁଲିସ ସନ୍ଦେହ କରୁଛି।

Tags: