ତେଲୁଗୁ ବିରୋଧୀ ମନ୍ତବ୍ୟ ଦେଇ ତାମିଲ ଅଭିନେତ୍ରୀ କସ୍ତୁରୀ ଗିରଫ

ଚେନ୍ନାଇ: ଜଣାଶୁଣା ତାମିଲ ଅଭିନେତ୍ରୀ କସ୍ତୁରୀଙ୍କୁ ହାଇଦ୍ରାବାଦ ପୁଲିସ ଗିରଫକରିଛି। ତେଲୁଗୁ ଓ ତେଲୁଗୁ ଭାଷାଭାଷୀଙ୍କ ବିରୋଧରେ ସେ ଦେଇଥିବା ଅପମାନଜନକ ମନ୍ତବ୍ୟ ନିମନ୍ତେ ପୁଲିସ ଏଭଳି ପଦକ୍ଷେପ ନେଇଛି। ଦୁଇଦିନ ପୂର୍ବେ ଏହି ମାମଲାରେ ଆଗୁଆ ଜାମିନ ଦେବାକୁ ମାଡ୍ରାସ ହାଇକୋର୍ଟ ମନା କରିଦେଇଥିଲେ। ଏପରିକି ରାଜ୍ୟ ସରକାର ମଧ୍ୟ କୌଣସି ଜାମିନ ଦେବାକୁ ବିରୋଧ କରିଥିଲେ। ଯେଉଁଥିପାଇଁ ଇଗମୋର ପୁଲିସ କସ୍ତୁରୀ (୫୦)ଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ହାଇଦ୍ରାବାଦର ଜନୈକ ପ୍ରାୟୋଜକଙ୍କ ଘରେ […]

Samaya Live Picture
Published On

ଚେନ୍ନାଇ: ଜଣାଶୁଣା ତାମିଲ ଅଭିନେତ୍ରୀ କସ୍ତୁରୀଙ୍କୁ ହାଇଦ୍ରାବାଦ ପୁଲିସ ଗିରଫକରିଛି। ତେଲୁଗୁ ଓ ତେଲୁଗୁ ଭାଷାଭାଷୀଙ୍କ ବିରୋଧରେ ସେ ଦେଇଥିବା ଅପମାନଜନକ ମନ୍ତବ୍ୟ ନିମନ୍ତେ ପୁଲିସ ଏଭଳି ପଦକ୍ଷେପ ନେଇଛି। ଦୁଇଦିନ ପୂର୍ବେ ଏହି ମାମଲାରେ ଆଗୁଆ ଜାମିନ ଦେବାକୁ ମାଡ୍ରାସ ହାଇକୋର୍ଟ ମନା କରିଦେଇଥିଲେ। ଏପରିକି ରାଜ୍ୟ ସରକାର ମଧ୍ୟ କୌଣସି ଜାମିନ ଦେବାକୁ ବିରୋଧ କରିଥିଲେ। ଯେଉଁଥିପାଇଁ ଇଗମୋର ପୁଲିସ କସ୍ତୁରୀ (୫୦)ଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ହାଇଦ୍ରାବାଦର ଜନୈକ ପ୍ରାୟୋଜକଙ୍କ ଘରେ ରହିଥିବା ପୁଲିସ୍‌ ଚିହ୍ନଟ କରିଥିଲା। ପୁଲିସ୍‌ ତାଙ୍କୁ ଗିରଫ କରି ଚେନ୍ନାଇ ଆଣିଛି। ସୂଚନାଯୋଗ୍ୟ, ଚଳିତ ମାସ ୩ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସେ ତେଲୁଗୁ ଭାଷାଭାଷୀଙ୍କ ପୂର୍ବଜଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। କସ୍ତୁରୀ କହିଥିଲେ, ଅତୀତରେ ରାଜ ଦରବାରର ନର୍ତ୍ତକୀ ଓ ପରିଚାରିକାଙ୍କ ଠାରୁ ସେମାନେ ଜନ୍ମିତ। ଏନେଇ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହାପରେ ସେ ଫେରାର୍‌ ହୋଇଯିବା ସହ ନିଜର ମୋବାଇଲ୍‌ ଫୋନ୍‌ ବନ୍ଦ କରିଦେଇଥିଲେ। ବିଜେପି ପକ୍ଷରୁ ଅଭିନେତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ନିସ୍ତର୍ତ୍ତ କ୍ଷମା ଯାଚନା କରିବାକୁ ଦାବି କରାଯାଇଥିଲା। ଅଭିନେତ୍ରୀ ମଧ୍ୟ ପରବର୍ତ୍ତୀ ସମୟରେ ସାମାଜିକ ଗଣମାଧ୍ୟମ ଏକ୍ସରେ କ୍ଷମା ମାଗିଥିଲେ ଓ ତାଙ୍କର ମନ୍ତବ୍ୟକୁ ଭୁଲ ଅର୍ଥ ବାହାର କରାଯାଇଛି ବୋଲି କହିଥିଲେ।

Tags: