ତେଜସ୍ବୀଙ୍କୁ ସଦ୍ୟ ସମନ୍ କଲା ଇଡି
ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବଙ୍କୁ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସଦ୍ୟ ସମନ୍ କରିଛି। ତେଜସ୍ବୀଙ୍କୁ ଜାନୁଆରି ୫ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି। ଏହା ପୂର୍ବରୁ ତେଜସ୍ବୀଙ୍କୁ ଡିସେମ୍ବର ୨୨ ତାରିଖରେ ସମନ୍ କରାଯାଇଥିଲା। କିନ୍ତୁ ୩୪ ବର୍ଷୀୟ ତେଜସ୍ବୀ ଏହି ସମନକୁ ଏଡ଼ାଇ ଯାଇଥିଲେ। ତେଜସ୍ବୀ ଇଡି ନୋଟିସକୁ ଏକ ରୁଟିନ ବ୍ୟାପାର ବୋଲି କହିଥିଲେ। […]
ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବଙ୍କୁ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସଦ୍ୟ ସମନ୍ କରିଛି। ତେଜସ୍ବୀଙ୍କୁ ଜାନୁଆରି ୫ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି। ଏହା ପୂର୍ବରୁ ତେଜସ୍ବୀଙ୍କୁ ଡିସେମ୍ବର ୨୨ ତାରିଖରେ ସମନ୍ କରାଯାଇଥିଲା। କିନ୍ତୁ ୩୪ ବର୍ଷୀୟ ତେଜସ୍ବୀ ଏହି ସମନକୁ ଏଡ଼ାଇ ଯାଇଥିଲେ। ତେଜସ୍ବୀ ଇଡି ନୋଟିସକୁ ଏକ ରୁଟିନ ବ୍ୟାପାର ବୋଲି କହିଥିଲେ। ସେହିପରି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏହି ମାମଲାରେ ଡିସେମ୍ବର ୨୭ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଲାଲୁ ରେଳ ମନ୍ତ୍ରୀ ଥିବା ସମୟରେ ଏହି ଚାକିରି ପାଇଁ ଜମି ଦୁର୍ନୀତି ମାମଲା ହୋଇଥିଲା। ଅଭିଯୋଗ ଅନୁଯାୟୀ ୨୦୦୪ରୁ ୨୦୦୯ ମଧ୍ୟରେ ଅନେକ ଲୋକଙ୍କୁ ରେଳବାଇର ବିଭିନ୍ନ ଜୋନ୍ରେ ଗ୍ରୁପ୍ ଡି ଶ୍ରେଣୀର ଚାକିରି ମିଳିଛି। ସେମାନେ ଚାକିରି ବଦଳରେ ସେମାନଙ୍କ ଜମି ଦେଇଥିବା ଅଭିଯୋଗ ହୋଇଛି।




