ତୃତୀୟ ପାାଳିରେ ମୋଦୀଙ୍କ ପ୍ରଥମ କାର୍ଯ୍ୟ, କୃଷି ସଂକ୍ରାନ୍ତ ଫାଇଲରେ ସ୍ବାକ୍ଷର କଲେ

ନୂଆଦିଲ୍ଲୀ : ନରେନ୍ଦ୍ର ମୋୟଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ପ୍ରଥମ ଫାଇଲ୍ ସ୍ବାକ୍ଷର କରିଛନ୍ତି। ‘ପିଏମ୍ କିଷାନ ନିଧି’ ପାଣ୍ଠିରୁ ସପ୍ତଦଶ କିସ୍ତିରେ ପାଖାପାଖି ୨୦ ହଜାର କୋଟି ଟଙ୍କା ପ୍ରାୟ ୯.୩ କୋଟି ଚାଷୀଙ୍କ ନିକଟକୁ ଯିବ। ଫାଇଲ୍ ସ୍ବାକ୍ଷର କରିବାପରେ ମୋଦୀ କହିଛନ୍ତି, ଆମ ସରକାର ‘କୃଷକ କଲ୍ୟାଣ’ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ। ତେଣୁ ଦା୍ୟିତ୍ବ ନେବାପରେ କୃଷକଙ୍କ ସଂକ୍ରାନ୍ତ ଫାଇଲ୍ରେ ସ୍ବାକ୍ଷର କଲି। ଆମେ […]

Samaya Live Picture
Published On

ନୂଆଦିଲ୍ଲୀ : ନରେନ୍ଦ୍ର ମୋୟଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ପ୍ରଥମ ଫାଇଲ୍ ସ୍ବାକ୍ଷର କରିଛନ୍ତି। ‘ପିଏମ୍ କିଷାନ ନିଧି’ ପାଣ୍ଠିରୁ ସପ୍ତଦଶ କିସ୍ତିରେ ପାଖାପାଖି ୨୦ ହଜାର କୋଟି ଟଙ୍କା ପ୍ରାୟ ୯.୩ କୋଟି ଚାଷୀଙ୍କ ନିକଟକୁ ଯିବ। ଫାଇଲ୍ ସ୍ବାକ୍ଷର କରିବାପରେ ମୋଦୀ କହିଛନ୍ତି, ଆମ ସରକାର ‘କୃଷକ କଲ୍ୟାଣ’ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ। ତେଣୁ ଦା୍ୟିତ୍ବ ନେବାପରେ କୃଷକଙ୍କ ସଂକ୍ରାନ୍ତ ଫାଇଲ୍ରେ ସ୍ବାକ୍ଷର କଲି। ଆମେ ଆଗକୁ କୃଷକଙ୍କ ପାଇଁ ଆହୁରି ଅଧିକ କାମ କରିବୁ ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗ୍ରାମୀଣ ଭାରତରେ ଏନଡିଏକୁ ଭୋଟରମାନେ ଝଟ୍କା ଦେବାପରେ ମୋଦୀ ଦାୟିତ୍ବ ନେଉ ନେଉ ପ୍ରଥମେ କୃଷକଙ୍କ କାମ କରିଛନ୍ତି। ୨୦୧୯ରେ ବିଜେପି ପଂଜାବରେ ୨ଟି ଆସନରେ ଜିତିଥିଲା। କିନ୍ତୁ ଚଳିତ ଥର ଏହା ଗୋଟିଏ ମଧ୍ୟ ଆସନରେ ଜିତି ପାରିନି।

Tags: