ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୩୫୧ ପ୍ରାର୍ଥୀ : ଇସି
ନୂଆଦିଲ୍ଲୀ : ଆସନ୍ତା ମେ’ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅଛି। ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୩୫୧ ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିବେ ବୋଲି ନିର୍ବାଚନ କମିସନ କହିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରେ ମଧ୍ୟପ୍ରଦେଶର ବେତୁଲ ଆସନର ୮ ଜଣ ପ୍ରାର୍ଥୀ ଅଛନ୍ତି। ବେତୁଲରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଥିଲା। କିନ୍ତୁ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବନାହିଁ। […]
ନୂଆଦିଲ୍ଲୀ : ଆସନ୍ତା ମେ’ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅଛି। ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୩୫୧ ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିବେ ବୋଲି ନିର୍ବାଚନ କମିସନ କହିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରେ ମଧ୍ୟପ୍ରଦେଶର ବେତୁଲ ଆସନର ୮ ଜଣ ପ୍ରାର୍ଥୀ ଅଛନ୍ତି। ବେତୁଲରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଥିଲା। କିନ୍ତୁ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବନାହିଁ। ଉକ୍ତ ଆସନରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ବୋଲି ନିର୍ବାଚନ କମିସନ ଏକ ବିବୃତି ଜାରି କରି କହିଛନ୍ତି। ଗୁଜରାଟର ସୁରତ ଆସନର ବିଜେପି ପ୍ରାର୍ଥୀ ମୁକେଶ ଦଲାଚଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ତେବେ ସମସ୍ତ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୨। ୯୫ ଆସନ ପାଇଁ ୨୯୬୩ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାପରେ ୧୫୬୩ ପ୍ରାର୍ଥିପତ୍ର ବୈଧ ବୋଲି ଜଣାପଡ଼ିଛି।




