ତୃତୀୟ ଥର ବିବାହ କଲେ ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲ୍ଭେ
ନୂଆଦିଲ୍ଲୀ: ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲ୍ଭେ ଟ୍ରିନାଙ୍କୁ ବିବାହ କରିଛନ୍ତି। ଏହା ତାଙ୍କର ତୃତୀୟ ବିବାହ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରବିବାର ଦିନ ଲଣ୍ଡନରେ ସାଲ୍ଭେ ଏବଂ ଟ୍ରିନାଙ୍କର ବିବାହ ସମ୍ପନ୍ନ ହୋଇଛି। ମିନାକ୍ଷୀ ସାଲଭେ ଏବଂ କାରୋଲିନ ବ୍ରୋସାର୍ଡ ହେଉଛନ୍ତି ସାଲଭେଙ୍କର ପୂର୍ବ ପତ୍ନୀ। ଲଣ୍ଡନରେ ସାଲଭେଙ୍କ ବିବାହ କାର୍ଯ୍ୟକ୍ରମରେ ଅନେକ ହେଭିୱେଟ୍ ତଥା ନିତା ଅମ୍ବାନି, ଲଲିତ ମୋଦୀ, ଉଜ୍ଜ୍ବଳା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ସାଲଭେ ଏବଂ ତାଙ୍କ ପୂର୍ବତନ ପତ୍ନୀ […]
ନୂଆଦିଲ୍ଲୀ: ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲ୍ଭେ ଟ୍ରିନାଙ୍କୁ ବିବାହ କରିଛନ୍ତି। ଏହା ତାଙ୍କର ତୃତୀୟ ବିବାହ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରବିବାର ଦିନ ଲଣ୍ଡନରେ ସାଲ୍ଭେ ଏବଂ ଟ୍ରିନାଙ୍କର ବିବାହ ସମ୍ପନ୍ନ ହୋଇଛି। ମିନାକ୍ଷୀ ସାଲଭେ ଏବଂ କାରୋଲିନ ବ୍ରୋସାର୍ଡ ହେଉଛନ୍ତି ସାଲଭେଙ୍କର ପୂର୍ବ ପତ୍ନୀ। ଲଣ୍ଡନରେ ସାଲଭେଙ୍କ ବିବାହ କାର୍ଯ୍ୟକ୍ରମରେ ଅନେକ ହେଭିୱେଟ୍ ତଥା ନିତା ଅମ୍ବାନି, ଲଲିତ ମୋଦୀ, ଉଜ୍ଜ୍ବଳା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ସାଲଭେ ଏବଂ ତାଙ୍କ ପୂର୍ବତନ ପତ୍ନୀ ମିନାକ୍ଷୀ ବିବାହର ୩୮ ବର୍ଷ ପରେ ୨୦୨୦ ଜୁନ୍ରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ସେମାନଙ୍କର ୨ ଝିଅ ଅଛନ୍ତି। ଜଣେ ସାକ୍ଷୀ ଏବଂ ଅନ୍ୟ ଜଣେ ସାନିୟା। ସୁପ୍ରିମକୋର୍ଟରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିବା ସାଲ୍ଭେ ଅନେକ ହାଇ ପ୍ରୋଫାଇଲ୍ କେସ୍ ଲଢ଼ିଛନ୍ତି। କୁଳଭୂଷଣ ଯାଦବ ମାମଲା ମଧ୍ୟ ସାଲ୍ଭେ ଲଢ଼ିଛନ୍ତି। ନଭେମ୍ବର ୧୯୯୯ରୁ ନଭେମ୍ବର ୨୦୦୨ ପର୍ଯ୍ୟନ୍ତ ସାଲଭେ ଭାରତର ସଲିସିଟର ଜେନେରାଲ ଥିଲେ। ନାଗପୁର ବିଶ୍ବବିଦ୍ୟାଳୟରୁ ସେ ଏଲ୍ଏଲ୍ବି କରିଛନ୍ତି। ଦେଶର ସଲିସିଟର ଜେନେରାଲ ନିଯୁକ୍ତ ହେବା ପୂର୍ବରୁ ସେ ୧୯୯୨ରେ ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ଓକିଲ ନିଯୁକ୍ତ ହୋଇଥିଲେ।




