ତୁରନ୍ତ ଲେବାନନ୍ ଛାଡ଼ିଦେବାକୁ ଭାରତୀୟଙ୍କୁ ପରାମର୍ଶ

ବେରୁତ: ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ଲଢ଼େଇ ଭୟଙ୍କର ରୂପ ଧାରଣ କରୁଛି ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଭୟଙ୍କର ‌ହେବାରେ ଲାଗିଛି। ଏଭଳି ସ୍ଥିତିରେ ବେରୁତ ସ୍ଥିତ ଭାରତୀୟ ଦୂତାବାସ ଆଜି ଲେବାନନ୍‌ରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଭାରତୀୟ ନାଗରିକମାନେ ଭାରତରୁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଲେବାନନ୍ ନଯିବାକୁ ପରାମର୍ଶ ଦିଆଯାଇଛି। ଲେବାନନ୍‌ରେ ଥିବା ସମସ୍ତ ଭାରତୀୟ ଯଥାଶୀଘ୍ର ଲେବାନନ୍‌ […]

Samaya Live Picture
Published On

ବେରୁତ: ଇସ୍ରାଏଲ ଓ ଲେବାନନ୍‌ ମଧ୍ୟରେ ଲଢ଼େଇ ଭୟଙ୍କର ରୂପ ଧାରଣ କରୁଛି ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଭୟଙ୍କର ‌ହେବାରେ ଲାଗିଛି। ଏଭଳି ସ୍ଥିତିରେ ବେରୁତ ସ୍ଥିତ ଭାରତୀୟ ଦୂତାବାସ ଆଜି ଲେବାନନ୍‌ରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଭାରତୀୟ ନାଗରିକମାନେ ଭାରତରୁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଲେବାନନ୍ ନଯିବାକୁ ପରାମର୍ଶ ଦିଆଯାଇଛି। ଲେବାନନ୍‌ରେ ଥିବା ସମସ୍ତ ଭାରତୀୟ ଯଥାଶୀଘ୍ର ଲେବାନନ୍‌ ଛାଡ଼ିବାକୁ କୁହାଯାଇଥିବା ବେଳେ ଯିଏ କୌଣସି କାରଣରୁ ଅଟକ ରହିବ, ସେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କୌଣସି ସମସ୍ୟା ଉପୁଜିଲେ ତତ୍କାଳ ବେରୁତସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ଆଜି ରାତିରେ ପରାମର୍ଶାବଳୀ ଜାରି ହୋଇଛି। ଇସ୍ରାଏଲ ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଛି ଏବଂ ହେଜବୁଲ୍ଲା ମଧ୍ୟ ନିଜ ପାଖରେ ଗଚ୍ଛିତ ଥିବା ଶକ୍ତିଶାଳୀ କ୍ଷେପଣାସ୍ତ୍ରଗୁଡ଼ିକୁ ଇସ୍ରାଏଲ ବିରୋଧରେ ପ୍ରୟୋଗ କରିବାକୁ ପ୍ରସ୍ତୁତ ହେଉଛି ।

Tags: