ତିହାର ଜେଲ୍ ୱାସରୁମ୍ରେ ବେହୋସ ହୋଇଗଲେ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ସକାଳେ ତିହାର ଜେଲ୍ ୱାସରୁମ୍ରେ ବେହୋସ ହୋଇ ପଡ଼ିଛନ୍ତି। ସଙ୍ଗେସଙ୍ଗେ ସତ୍ୟେନ୍ଦ୍ର ଜୈନଙ୍କୁ ଡିଡିୟୁ (ଦିନ ଦୟାଲ ଉପାଧ୍ୟାୟ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସପ୍ତାହରେ ଦ୍ବିତୀୟ ଥର ପାଇଁ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତିହାର ଜେଲ୍ ଡିଜିଙ୍କ ଅନୁଯାୟୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍ର ୭ ନମ୍ବର ପ୍ରକୋଷ୍ଠରେ ରହିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ସେ ୱାସରୁମ୍ରେ ଖସି […]
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ସକାଳେ ତିହାର ଜେଲ୍ ୱାସରୁମ୍ରେ ବେହୋସ ହୋଇ ପଡ଼ିଛନ୍ତି। ସଙ୍ଗେସଙ୍ଗେ ସତ୍ୟେନ୍ଦ୍ର ଜୈନଙ୍କୁ ଡିଡିୟୁ (ଦିନ ଦୟାଲ ଉପାଧ୍ୟାୟ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସପ୍ତାହରେ ଦ୍ବିତୀୟ ଥର ପାଇଁ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତିହାର ଜେଲ୍ ଡିଜିଙ୍କ ଅନୁଯାୟୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍ର ୭ ନମ୍ବର ପ୍ରକୋଷ୍ଠରେ ରହିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ସେ ୱାସରୁମ୍ରେ ଖସି ପଡ଼ିଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କର ସ୍ପାଇନାଲ ସର୍ଜରି ହେବ ବୋଲି ଜଣାପଡ଼ିଛି। ଜେଲ୍ରେ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ହୋଇଯାଇଛି। ତାଙ୍କ ଓଜନ ୩୫ କିଲୋ କମିଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଦିନ ସତ୍ୟେନ୍ଦ୍ର ଜୈନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତବର୍ଷ ମେ’ ମାସରେ ସେ ଅବକରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ।




