ତିହାର ଜେଲ୍ରେ ୧୨୫ କଏଦୀ ଏଚ୍ଆଇଭିରେ ଆକ୍ରାନ୍ତ
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ରେ ୧୨୫ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜେଲ୍ରେ ମୋଟ୍ ୧୪ ହଜାର କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୫୦୦ କଏଦୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାପରେ ଏହା ଜଣାପଡ଼ିଛି। ତିହାର ଜେଲ୍ରେ ସମୟକୁ ସମୟ କଏଦୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ତିହାର ଜେଲ୍ର ନୂଆ ଡିଜି ସତୀଶ ଗୋଲଚା ଦାୟିତ୍ବ ନେବାପରେ ଗତ ମେ’ ଏବଂ ଜୁନ୍ରେ କଏଦୀମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ କଏଦୀମାନେ ଏଚଆଇଭି ପଜିଟିଭ୍ […]
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ରେ ୧୨୫ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜେଲ୍ରେ ମୋଟ୍ ୧୪ ହଜାର କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୫୦୦ କଏଦୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାପରେ ଏହା ଜଣାପଡ଼ିଛି। ତିହାର ଜେଲ୍ରେ ସମୟକୁ ସମୟ କଏଦୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ତିହାର ଜେଲ୍ର ନୂଆ ଡିଜି ସତୀଶ ଗୋଲଚା ଦାୟିତ୍ବ ନେବାପରେ ଗତ ମେ’ ଏବଂ ଜୁନ୍ରେ କଏଦୀମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ କଏଦୀମାନେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ଜେଲ୍ରେ ରହିବାବେଳେ ଏଚଆଇଭିରେ ପୀଡ଼ିତ ହୋଇନାହାନ୍ତି। ସେମାନେ ପ୍ରଥମେ ଜେଲ୍କୁ ଆସିବାବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ସେ ସମୟରେ ମଧ୍ୟ ସେମାନେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ପୁଣିଥରେ ସମସ୍ତ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବାପରେ ୧୨୫ ଜଣ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ତିହାର ଜେଲ୍ରେ କୌଣସି ଜଣେ ହେଲେ କଏଦୀ ଟିବିରେ ଆକ୍ରାନ୍ତ ହୋଇନାହାନ୍ତି। ସେହିପରି ଜେଲ୍ରେ ମହିଳାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା। ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲ ସହଯୋଗରେ ମହିଳାମାନଙ୍କର ସର୍ଭାଇକାଲ୍ କ୍ୟାନସର ପରୀକ୍ଷା କରାଯାଇଥିଲା।




