ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟ ଗୁଳିକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ତଥା ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଆଜି ତିହାରର ମଣ୍ଡୋଲି ଜେଲରେ ହତ୍ୟା କରାଯାଇଛି। ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗର ସଦସ୍ୟମା୍ନେ ଟିଲୁ ଉପରେ ଆକ୍ରମଣ କରି ତାକୁ ହତ୍ୟା କରିଛନ୍ତି। ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗର ଜଣେ କୁଖ୍ୟାତ ଅପରାଧୀ ଯୋଗେଶ ଓରଫ ତୁନ୍ଦା ଏବଂ ତା’ ସହଯୋଗୀ ଦୀପକ ତିତର ତାଜପୁରିୟା ଉପରେ ଆଜି ଭୋର ସମୟରେ ଏକ ଆଇରନ ରଡରେ। ଆକ୍ରମଣ କରିଛନ୍ତି। ତାଜପୁରିୟାକୁ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟ ଗୁଳିକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ତଥା ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଆଜି ତିହାରର ମଣ୍ଡୋଲି ଜେଲରେ ହତ୍ୟା କରାଯାଇଛି। ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗର ସଦସ୍ୟମା୍ନେ ଟିଲୁ ଉପରେ ଆକ୍ରମଣ କରି ତାକୁ ହତ୍ୟା କରିଛନ୍ତି। ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗର ଜଣେ କୁଖ୍ୟାତ ଅପରାଧୀ ଯୋଗେଶ ଓରଫ ତୁନ୍ଦା ଏବଂ ତା’ ସହଯୋଗୀ ଦୀପକ ତିତର ତାଜପୁରିୟା ଉପରେ ଆଜି ଭୋର ସମୟରେ ଏକ ଆଇରନ ରଡରେ। ଆକ୍ରମଣ କରିଛନ୍ତି। ତାଜପୁରିୟାକୁ ତୁରନ୍ତ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାକୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି। ଟିଲୁ ତାଜପୁରିୟା ଦିଲ୍ଲୀରେ ଏକ କ୍ରିମିନାଲ୍ ଗ୍ୟାଙ୍ଗର ମୁଖ୍ୟ ଥିଲା। ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗ୍ ହେଉଛି ତା’ର ପ୍ରତିଦ୍ବନ୍ଦ୍ବୀ ଗ୍ୟାଙ୍ଗ୍। ୨୦୧୫ରେ ଟିଲୁ ଗିରଫ ହୋଇଥିଲା ଏବଂ ସେବେଠାରୁ ସେ ଜେଲରେ ଅଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୧ ସେପ୍ଟେମ୍ବର ୨୪ରେ ଗୋଗିକୁ ଦିଲ୍ଲୀର ରୋହିଣୀ କୋର୍ଟରେ ହତ୍ୟା କରାଯାଇଥିଲା। ତାଜପୁରିୟାର ୨ ଜଣ ସହଯୋଗୀ ଗୋଗି ଉପରେ ଆକ୍ରମଣ କରି ତାକୁ ହତ୍ୟା କରିଥିଲେ ।

Tags: