ତିହାର ଜେଲରେ କେଜ୍ରିୱାଲଙ୍କୁ ଭେଟିଲେ ସୁନୀତା, ଅତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆଜି ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଉଭୟ ସୁନୀତା ଏବଂ ଅତିଶୀ ଜେଲ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ସାକ୍ଷାତ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀ କ୍ୟାବିନେଟରେ ୬ଟି ବିଭାଗର ଦାୟିତ୍ବରେ ଥିବା ଅତିଶୀ କହିଛନ୍ତି, ବର୍ତ୍ତମାନ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି। ମୁଖ୍ୟମନ୍ତ୍ରୀ କେମିତି ଅଛନ୍ତି ପଚାରିବାରୁ ସେ କହିଲେ ମୋ ବିଷୟରେ କିଛି ପଚାରନି, ଦିଲ୍ଲୀରେ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆଜି ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଉଭୟ ସୁନୀତା ଏବଂ ଅତିଶୀ ଜେଲ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ସାକ୍ଷାତ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀ କ୍ୟାବିନେଟରେ ୬ଟି ବିଭାଗର ଦାୟିତ୍ବରେ ଥିବା ଅତିଶୀ କହିଛନ୍ତି, ବର୍ତ୍ତମାନ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି। ମୁଖ୍ୟମନ୍ତ୍ରୀ କେମିତି ଅଛନ୍ତି ପଚାରିବାରୁ ସେ କହିଲେ ମୋ ବିଷୟରେ କିଛି ପଚାରନି, ଦିଲ୍ଲୀରେ କାମ କେମିତି ଚାଲିଛି ମୋତେ କୁହନ୍ତୁ। ପିଲାମାନେ ବହି ପାଉଛନ୍ତି କି? ମୋହଲ୍ଲା କ୍ଲିନିକରେ ଔଷଧ ଉପଲବ୍ଧ ଅଛି କି? ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଗ୍ରୀଷ୍ମ ଋତୁ ଆସିଛି, ଦିଲ୍ଲୀରେ ପାଣିକୁ ନେଇ କୌଣସି ଅସୁବିଧା ହେବା ଉଚିତ ନୁହେଁ। ସେ ଦିଲ୍ଲୀର ମହିଳାମାନଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ସେ ସେମାନଙ୍କୁ ୧୦୦୦ ଟଙ୍କା ଲେଖାଏ ଦେବାକୁ ଯୋଜନା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ଜେଲ ଯିବାପରେ ଆପ୍ ଦଳ ଘୋଷଣା କରିଛି ଯେ ସୁନିତା କେଜ୍ରିୱାଲ ଜାତୀୟ ରାଜଧାନୀ ଓ ଅନ୍ୟାନ୍ୟ ରାଜ୍ୟରେ ଆପ୍ର ଲୋକସଭା ଅଭିଯାନର ନେତୃତ୍ୱ ନେବେ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲଙ୍କ ପତ୍ନୀ ପ୍ରଥମ ଥର ପାଇଁ ସକ୍ରିୟ ରାଜନୀତିରେ ପାଦ ଥାପିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାରେ ଗିରଫ କରିଥିଲା।

Tags: