ତିରୁମାଲାରେ ଲଣ୍ଡାହେଲେ ପୱନ କଲ୍ୟାଣଙ୍କ ପତ୍ନୀ

ତିରୁପତି: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ସିଙ୍ଗାପୁରର ଏକ ସ୍କୁଲ ଅଗ୍ନିକାଣ୍ଡରେ ପୁଅ ପୋଡ଼ିହୋଇ ଆହତ ହେବା ପରେ ନେଇଥିବା ଶପଥ ପୂରଣ କରିବା ପାଇଁ ରବିବାର ତିରୁମାଲା ମନ୍ଦିରରେ ଲଣ୍ଡା ହୋଇଛନ୍ତି। କଲ୍ୟାଣ ଦମ୍ପତିଙ୍କ ପୁଅ ମାର୍କ ଶଙ୍କର ନିକଟରେ ସିଙ୍ଗାପୁରରେ ଏକ ଗ୍ରୀଷ୍ମକାଳୀନ ଶିବିରରେ ଯୋଗ ଦେବା ସମୟରେ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲେ। ଏପ୍ରିଲ ୮ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ଼ ପୋଡ଼ିଯାଇଥିଲା। ପୁଅ […]

ତିରୁମାଲାରେ ଲଣ୍ଡାହେଲେ ପୱନ କଲ୍ୟାଣଙ୍କ ପତ୍ନୀ
Samaya Live Picture
Published On

ତିରୁପତି: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ସିଙ୍ଗାପୁରର ଏକ ସ୍କୁଲ ଅଗ୍ନିକାଣ୍ଡରେ ପୁଅ ପୋଡ଼ିହୋଇ ଆହତ ହେବା ପରେ ନେଇଥିବା ଶପଥ ପୂରଣ କରିବା ପାଇଁ ରବିବାର ତିରୁମାଲା ମନ୍ଦିରରେ ଲଣ୍ଡା ହୋଇଛନ୍ତି। କଲ୍ୟାଣ ଦମ୍ପତିଙ୍କ ପୁଅ ମାର୍କ ଶଙ୍କର ନିକଟରେ ସିଙ୍ଗାପୁରରେ ଏକ ଗ୍ରୀଷ୍ମକାଳୀନ ଶିବିରରେ ଯୋଗ ଦେବା ସମୟରେ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲେ। ଏପ୍ରିଲ ୮ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ଼ ପୋଡ଼ିଯାଇଥିଲା। ପୁଅ ବଞ୍ଚିଗଲେ ମୁଁ କେଶ ପକାଇବି ବୋଲି ଆନ୍ନା ମାନସିକ କରିଥିଲେ। ଜନସେନା ପାର୍ଟି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପରମ୍ପରା ଅନୁଯାୟୀ ଆନ୍ନା କେଶ ଅର୍ପଣ କରିବା ସହ ରୀତିନୀତିରେ ଯୋଗ ଦେଇଥିଲେ।

Tags: