ତିରୁପତି ଲଡ଼ୁରୁ ବାହାରିଲା ତମାଖୁ, ଚର୍ବି ବ୍ୟବହାର ଘଟଣାର ତଦନ୍ତ କରିବ ଏସ୍ଆଇଟି
ନୂଆଦିଲ୍ଲୀ: ତିରୁପତି ଲଡ଼ୁରେ ନିମ୍ନ ମାନର ଘିଅ ଏବଂ ପଶୁ ଚର୍ବିର ବ୍ୟବହାର ଭଳି ଅଭିଯୋଗକୁ ନେଇ ବିବାଦ ଥମି ନଥିବାବେଳେ ଏବେ ପୁଣି ଆଉ ଏକ ସଂଗୀନ ଅଭିଯୋଗ ହୋଇଛି। ପ୍ରସାଦରୁ ଗୁଟ୍ଖା ପ୍ୟାକେଟ୍ ଏବଂ ତମାଖୁ ମିଳିଥିବା ଜଣେ ଶ୍ରଦ୍ଧାଳୁ ଦାବି କରିଛନ୍ତି। ଖମ୍ମାମ ଜିଲ୍ଲାର ଜଣେ ବାସିନ୍ଦା ଦନ୍ଥୁ ପଦ୍ମାବତୀ କହିଛନ୍ତି, ସେପ୍ଟେମ୍ବର ୧୯ ତାରିଖରେ ସେ ମନ୍ଦିର ଯାଇଥିଲେ ଏବଂ ମନ୍ଦିରରୁ ସେ ପ୍ରସାଦ ଆଣିଥିଲେ। ତେବେ ସେ ପ୍ରସାଦ ବାଣ୍ଟିବାବେଳେ […]
ନୂଆଦିଲ୍ଲୀ: ତିରୁପତି ଲଡ଼ୁରେ ନିମ୍ନ ମାନର ଘିଅ ଏବଂ ପଶୁ ଚର୍ବିର ବ୍ୟବହାର ଭଳି ଅଭିଯୋଗକୁ ନେଇ ବିବାଦ ଥମି ନଥିବାବେଳେ ଏବେ ପୁଣି ଆଉ ଏକ ସଂଗୀନ ଅଭିଯୋଗ ହୋଇଛି। ପ୍ରସାଦରୁ ଗୁଟ୍ଖା ପ୍ୟାକେଟ୍ ଏବଂ ତମାଖୁ ମିଳିଥିବା ଜଣେ ଶ୍ରଦ୍ଧାଳୁ ଦାବି କରିଛନ୍ତି। ଖମ୍ମାମ ଜିଲ୍ଲାର ଜଣେ ବାସିନ୍ଦା ଦନ୍ଥୁ ପଦ୍ମାବତୀ କହିଛନ୍ତି, ସେପ୍ଟେମ୍ବର ୧୯ ତାରିଖରେ ସେ ମନ୍ଦିର ଯାଇଥିଲେ ଏବଂ ମନ୍ଦିରରୁ ସେ ପ୍ରସାଦ ଆଣିଥିଲେ। ତେବେ ସେ ପ୍ରସାଦ ବାଣ୍ଟିବାବେଳେ ଏଥିରୁ ତମାଖୁ ପାଇଥିବା କହିଛନ୍ତି। ତେବେ ମନ୍ଦିର କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ଇତିମଧ୍ୟରେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ ପକ୍ଷରୁ ତାମିଲନାଡ଼ୁର ଏକ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି। ତିରୁମାଳା ତିରୁପତି ଦେବସ୍ଥାନମ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିମ୍ନ ମାନର ଘିଅ ଯୋଗାଣ କରାଯାଉଥିବା ଅଭିଯୋଗରେ ଏହି କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଲଡ଼ୁ ବିବାଦ ହେବାପରେ ମନ୍ଦିରରେ ୪ ଘଣ୍ଟାର ସୁଦ୍ଧିକରଣ କାର୍ଯ୍ୟ ହୋଇଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଉକ୍ତ ଘଟଣାରେ ଏସଆଇଟି ତଦନ୍ତ ହେବ ବୋଲି ଘୋଷଣା କରିଛନ୍ତି।




