ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ‘ଜେଡ୍‌ ଶ୍ରେଣୀ’ ସୁରକ୍ଷା

ନୂଆଦିଲ୍ଲୀ: ଚୀନ୍‌ ଆକ୍ରମଣ ପରେ ଭାରତରେ ଶରଣ ନେଇଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସୁରକ୍ଷା ବଳର ଜେଡ୍‌ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଧର୍ମଗୁରୁ ଦଲାଇଲାମାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଏହାପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ତାଙ୍କୁ ସିଆର୍‌ପିଏଫ୍‌ ପକ୍ଷରୁ ଜେଡ୍‌ ଶ୍ରେଣୀ […]

ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ‘ଜେଡ୍‌ ଶ୍ରେଣୀ’ ସୁରକ୍ଷା
Samaya Live Picture
Published On

ନୂଆଦିଲ୍ଲୀ: ଚୀନ୍‌ ଆକ୍ରମଣ ପରେ ଭାରତରେ ଶରଣ ନେଇଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସୁରକ୍ଷା ବଳର ଜେଡ୍‌ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଧର୍ମଗୁରୁ ଦଲାଇଲାମାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଏହାପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ତାଙ୍କୁ ସିଆର୍‌ପିଏଫ୍‌ ପକ୍ଷରୁ ଜେଡ୍‌ ଶ୍ରେଣୀ ସୁରକ୍ଷା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଦଲାଇ ଲାମାଙ୍କୁ ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ତେବେ ଏହା ପର୍ଯ୍ୟାପ୍ତ ନଥିବାରୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାର ନିଜ ହାତକୁ ନେଇଛନ୍ତି।

Tags: