ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ
ନୂଆଦିଲ୍ଲୀ : ପ୍ରଖ୍ୟାତ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କର ମୃତ୍ୟୁ ହୋଇଯାଇଛି। ଭିଲିଆନ୍ ଭୂମିକା ପାଇଁ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଆଦରଣୀୟ ହୋଇପାରିଥିବା ଡାନିଏଲଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଥିରୁଭନମିୟୁରରେ ରହୁଥିବା ଅଭିନେତା ଡାନିଏଲ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ତୁରନ୍ତ ଚେନ୍ନାଇର କୋଟ୍ଟିବକ୍କମରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାନିଏଲଙ୍କ ଅଚାନକ ମୃତ୍ୟୁ ଖବର ପାଇ ତାମିଲ […]
ନୂଆଦିଲ୍ଲୀ : ପ୍ରଖ୍ୟାତ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କର ମୃତ୍ୟୁ ହୋଇଯାଇଛି। ଭିଲିଆନ୍ ଭୂମିକା ପାଇଁ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଆଦରଣୀୟ ହୋଇପାରିଥିବା ଡାନିଏଲଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଥିରୁଭନମିୟୁରରେ ରହୁଥିବା ଅଭିନେତା ଡାନିଏଲ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ତୁରନ୍ତ ଚେନ୍ନାଇର କୋଟ୍ଟିବକ୍କମରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାନିଏଲଙ୍କ ଅଚାନକ ମୃତ୍ୟୁ ଖବର ପାଇ ତାମିଲ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନେତାରୁ ରାଜନେତା ବନିଥିବା କମଲ ହାସନ ଡାନିଏଲଙ୍କ ଅଚାନକ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଲୋକପ୍ରିୟ ଟିଭି ସିରିୟଲ୍ ଚିଠିରେ ଡାନିଏଲଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଥିଲା। ଏହି ସିରିୟଲରେ ସେ ଡାନିଏଲ୍ ଭୂମିକାରେ ଅଭିନୟ କରିଥିଲେ। ସେବେଠାରୁ ତାଙ୍କ ନାଁ ପଛରେ ଡାନିଏଲ ଯୋଡ଼ି ହୋଇଯାଇଛି।




