ତାମିଲୀୟ ଟିପ୍ପଣୀ ପାଇଁ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଆଧାରରେ ଆଜି କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ କର୍ଣ୍ଣାଟକରେ ମାମଲା ରୁଜୁ ହୋଇଛି। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ (୩ଏ), ୧୨୫ ଏବଂ ୧୨୩ (୩) ଅଧୀନରେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ଶୋଭା କରନ୍ଦଲାଜେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ଉପରେ ବିରୋଧୀ ନେତାମାନେ ତୀବ୍ର ବର୍ଷିଥିଲେ। କର୍ଣ୍ଣାଟକରେ ବୋମା ବିସ୍ଫୋରଣ ପାଇଁ ମନ୍ତ୍ରୀ […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଆଧାରରେ ଆଜି କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ କର୍ଣ୍ଣାଟକରେ ମାମଲା ରୁଜୁ ହୋଇଛି। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ (୩ଏ), ୧୨୫ ଏବଂ ୧୨୩ (୩) ଅଧୀନରେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ଶୋଭା କରନ୍ଦଲାଜେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ଉପରେ ବିରୋଧୀ ନେତାମାନେ ତୀବ୍ର ବର୍ଷିଥିଲେ। କର୍ଣ୍ଣାଟକରେ ବୋମା ବିସ୍ଫୋରଣ ପାଇଁ ମନ୍ତ୍ରୀ ଶୋଭା କରନ୍ଦଲାଜେ ତାମିଲୀୟଙ୍କୁ ଦାୟୀ କରିଥିଲେ। ତାମିଲନାଡ଼ୁରେ ଶାସକ ଡିଏମକେ ଏନେଇ କରନ୍ଦଲାଜେଙ୍କ ବିରୋଧରେ ନିର୍ବାଚନ କମିସନଙ୍କୁ ଦ୍ବାରସ୍ଥ ହୋଇଥିଲା। ଶୋଭା ନିର୍ବାଚନ ଆଚରଣ ବିଧି ଏବଂ ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ଶାସକ ଡିଏମକେ ଅଭିଯୋଗ କରିଛି। ଉକ୍ତ ଘଟଣା ପରେ ନିର୍ବାଚନ କମିସନ ଶୋଭା କରନ୍ଦଲାଜେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ। ଡିଏମକେ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ବାଚନ କମିସନ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଶୋଭା କରନ୍ଦଲାଜେ ମଙ୍ଗଳବାର କହିଥିଲେ ବେଙ୍ଗାଲୁରୁରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ତାମିଲନାଡ଼ୁରୁ ଲୋକମାନେ ଏଠାକୁ ଆସି ବୋମା ଖଞ୍ଜୁଛନ୍ତି ଏବଂ ଦିଲ୍ଲୀରୁ ଲୋକ ଆସି ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଛନ୍ତି ଓ କେରଳର ଲୋକମାନେ ଏସିଡ୍ ଆକ୍ରମଣର ଧମକ ଦେଉଛନ୍ତି। ତେବେ ଶୋଭା କରନ୍ଦଲାଜେ ତାଙ୍କର ଏହି ଟିପ୍ପଣୀ ପାଇଁ ପରେ କ୍ଷମା ମାଗିଥିଲେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Tags: