ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଗିରଫ, ହସ୍ପିଟାଲ ବାହାରେ ହାଇଡ୍ରାମା
ନୂ୍ଆଦିଲ୍ଲୀ : ତାମିଲନାଡୁ ଶକ୍ତି ଏବଂ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ଇଡି ସେନ୍ଥିଲ ବାଲାଜୀଙ୍କ ବାସଭବନରେ ଚଢ଼ଉ କରିବାପରେ ଏବଂ ତାଙ୍କୁ ଜେରା କରିବାପରେ ଗିରଫ କରିଛି। ପିଏମଏଲଏ ଅଧୀନରେ ଇଡି ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଛି। ମନ୍ତ୍ରୀଙ୍କୁ ଗିରଫ କରାଯିବା ନେଇ ତାଙ୍କ ପାଖରେ ଖବର ପହଞ୍ଚିବାପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଥିଲେ। ତାଙ୍କୁ ଚେନ୍ନାଇର ଓମାନଦୁରାର […]
ନୂ୍ଆଦିଲ୍ଲୀ : ତାମିଲନାଡୁ ଶକ୍ତି ଏବଂ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ଇଡି ସେନ୍ଥିଲ ବାଲାଜୀଙ୍କ ବାସଭବନରେ ଚଢ଼ଉ କରିବାପରେ ଏବଂ ତାଙ୍କୁ ଜେରା କରିବାପରେ ଗିରଫ କରିଛି। ପିଏମଏଲଏ ଅଧୀନରେ ଇଡି ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଛି। ମନ୍ତ୍ରୀଙ୍କୁ ଗିରଫ କରାଯିବା ନେଇ ତାଙ୍କ ପାଖରେ ଖବର ପହଞ୍ଚିବାପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଥିଲେ। ତାଙ୍କୁ ଚେନ୍ନାଇର ଓମାନଦୁରାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ବାହାରେ ଆଜି ହାଇଡ୍ରାମା ହୋଇଥିଲା। ମନ୍ତ୍ରୀ ଜଣଙ୍କ ହସ୍ପିଟାଲ ବାହାରେ କାର୍ରେ ଶୋଇଥିବାବେଳେ ଖୁବ୍ ଜୋର କାନ୍ଦିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ଇଡି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଓମାନଦୂରାର ସରକାରୀ ହସ୍ପିଟାଲ ବାହାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ସେନ୍ଥିଲ ଗିରଫ ହେବାପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ହସ୍ପିଟାଲ ବାହାରେ ଥିବା ଡିଏମ୍କେ କର୍ମୀମାନେ ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।




