ତାମିଲନାଡୁରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ମୃତ
ଚେନ୍ନାଇ : ତାମିଲନାଡ଼ୁର କ୍ରୀଷ୍ଣଗିରିରେ ଆଜି ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ନିକଟରେ ଥିବା ଏକ ହୋଟେଲ ଭୁଶୁଡ଼ି ପଡ଼ିଛି ଏବଂ ୪ଟି କୋଠା ଆଂଶିକ ଭାବେ ଭାଙ୍ଗି ଯାଇଛି। ଉକ୍ତ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଜଣ ଅତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି […]
ଚେନ୍ନାଇ : ତାମିଲନାଡ଼ୁର କ୍ରୀଷ୍ଣଗିରିରେ ଆଜି ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ନିକଟରେ ଥିବା ଏକ ହୋଟେଲ ଭୁଶୁଡ଼ି ପଡ଼ିଛି ଏବଂ ୪ଟି କୋଠା ଆଂଶିକ ଭାବେ ଭାଙ୍ଗି ଯାଇଛି। ଉକ୍ତ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଜଣ ଅତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଖବର ଶୁଣି ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ବିସ୍ଫୋରଣର କାରଣ କ’ଣ ଏଯାବତ ଜଣାପଡ଼ିନି।




