ତାମିଲନାଡ଼ୁ ସିଏଏ କାର୍ଯ୍ୟକାରୀ କରିବନି : ଷ୍ଟାଲିନ

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଙ୍ଗଳବାର କହିଛନ୍ତି, ସିଏଏ (ନାଗରିକତା ସଂଶୋଧନ ଆଇନ) କେବଳ ବିଭାଜନ ସୃଷ୍ଟି କରୁଛି ଏବଂ ଦକ୍ଷିଣ ଭାରତୀୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହେବନାହିଁ। ଷ୍ଟାଲିନ କହିଛନ୍ତି, ବିଜେପି ସରକାରଙ୍କ ବିଭାଜନକାରୀ ଏଜେଣ୍ଡା ନାଗରିକତା ଆଇନକୁ ଅସ୍ତ୍ର କରିଛି ଏବଂ ସିଏଏ ଦ୍ବାରା ଏହା ଧର୍ମକୁ ନେଇ ବିଭାଜନ ସୃଷ୍ଟି କରିଛି। ମୁସଲିମ ଏବଂ ଶ୍ରୀଲଙ୍କା ତାଲିମଙ୍କୁ ଧୋକା ଦେଇ ସେମାନେ ବିଭାଜନର ମଞ୍ଜି ବୁଣିଛନ୍ତି ବୋଲି ଷ୍ଟାଲିନ କହିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଙ୍ଗଳବାର କହିଛନ୍ତି, ସିଏଏ (ନାଗରିକତା ସଂଶୋଧନ ଆଇନ) କେବଳ ବିଭାଜନ ସୃଷ୍ଟି କରୁଛି ଏବଂ ଦକ୍ଷିଣ ଭାରତୀୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହେବନାହିଁ। ଷ୍ଟାଲିନ କହିଛନ୍ତି, ବିଜେପି ସରକାରଙ୍କ ବିଭାଜନକାରୀ ଏଜେଣ୍ଡା ନାଗରିକତା ଆଇନକୁ ଅସ୍ତ୍ର କରିଛି ଏବଂ ସିଏଏ ଦ୍ବାରା ଏହା ଧର୍ମକୁ ନେଇ ବିଭାଜନ ସୃଷ୍ଟି କରିଛି। ମୁସଲିମ ଏବଂ ଶ୍ରୀଲଙ୍କା ତାଲିମଙ୍କୁ ଧୋକା ଦେଇ ସେମାନେ ବିଭାଜନର ମଞ୍ଜି ବୁଣିଛନ୍ତି ବୋଲି ଷ୍ଟାଲିନ କହିଛନ୍ତି। ଡିଏମକେ ସମେତ ଅନ୍ୟ ବିରୋଧୀ ଦଳଙ୍କ ତୀବ୍ର ବିରୋଧ ସତ୍ତ୍ବେ ସିଏଏ ବିଗେପି ସମର୍ଥନରେ ଗୃହୀତ ହେଲା। ତେବେ ଲୋକଙ୍କଠାରୁ ପ୍ରବଳ ବିରୋଧ ଭୟରେ ବିଜେପି ଏହି ଆଇନକୁ ଶୀତଳ ଭଣ୍ଡାରରେ ରଖି ଦେଇଥିଲା। ୨୦୨୧ରେ ଡିଏମକେ କ୍ଷମତାକୁ ଆସିବାପରେ ଟିଏନଏଲଏ ସିଏଏକୁ ଉଚ୍ଛେଦ କରିବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲା। ୨୦୧୯ରେ ବିଲ୍ ଗୃହୀତ ହେବାର ୪ ବର୍ଷ ପରେ କାହିଁକି ସିଏଏକୁ ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ସେନେଇ ଷ୍ଟାଲିନ ପ୍ରଶ୍ନ କରିଛନ୍ତି। ସିଏଏ କାର୍ଯ୍ୟକାରୀ କରିବାବାଇଁ ଏତେ ବିଳମ୍ବ କାହିଁକି ହେଲା ଷ୍ଟାଲିନ ପ୍ରଶ୍ନ କରିଛନ୍ତି।

Tags: