ତାମିଲନାଡ଼ୁ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ପ୍ରଧାନ ବିଚାରପତି , ସୁପ୍ରିମକୋର୍ଟଙ୍କ ରାୟକୁ ଅମାନ୍ୟ କରୁଛନ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରବିଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଆରଏନ ରବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜଣେ ଡିଏମକେ ନେତାଙ୍କୁ କ୍ୟାବିନେଟ୍ରେ ପୁନର୍ବାର ସାମିଲ କରାଇନାହାନ୍ତି। ଡିଏମକେ ନେତା କେ ପୋନମୁଦି ଏକ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିଲେ। କିନ୍ତୁ ଏହା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟପାଳ ଆରଏନ୍ ରବି କେ ପୋନମୁଦିଙ୍କୁ ଆଉ ମନ୍ତ୍ରିମଣ୍ଡଳରେ […]

Samaya Live Picture
Published On

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରବିଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଆରଏନ ରବି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜଣେ ଡିଏମକେ ନେତାଙ୍କୁ କ୍ୟାବିନେଟ୍ରେ ପୁନର୍ବାର ସାମିଲ କରାଇନାହାନ୍ତି। ଡିଏମକେ ନେତା କେ ପୋନମୁଦି ଏକ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିଲେ। କିନ୍ତୁ ଏହା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟପାଳ ଆରଏନ୍ ରବି କେ ପୋନମୁଦିଙ୍କୁ ଆଉ ମନ୍ତ୍ରିମଣ୍ଡଳରେ ସାମିଲ କରିନାହାନ୍ତି। ତେଣୁ କୋର୍ଟ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ରାଜ୍ୟପାଳ ତାଙ୍କର ଏହି କାର୍ଯ୍ୟ ଦ୍ବାରା ସୁପ୍ରିମକୋର୍ଟଙ୍କ ରାୟର ଅବମାନନା କରିଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ମାମଲାରେ ରାଜ୍ୟପାଳଙ୍କ ଆଚରଣରେ ଆମେମାନେ ଗଭୀର ଭାବେ ଚିନ୍ତିତ। ପ୍ରଧାନ ବିଚାରପତି କହିଛନ୍ତି, ଯେତେବେଳେ କୋର୍ଟ ଜଣଙ୍କର ଦଣ୍ଡାଦେଶ ଉପରେ ରୋକ୍ ଲଗାଉଛନ୍ତି ସେ ସମୟରେ ରାଜ୍ୟପାଳଙ୍କର ଉକ୍ତ ଘଟଣାରେ ଆଉ କିଛି କରିବାର ନାହିଁ। ପ୍ରଧାନ ବିଚାରପତି କହିଛନ୍ତି, ଆସନ୍ତାକାଲି ପର୍ଯ୍ୟନ୍ତ ଆମେ ରାଜ୍ୟପାଳଙ୍କୁ ସମୟ ଦେଲୁ ନଚେତ ଆମର ଆଉ କିଛି କହିବାର ନାହିଁ। ଉଲ୍ଲେଖଯୋଗ୍ୟ ଯେ ଡିଏମକେ ନେତୃତ୍ବାଧୀନ ତାମିଲନାଡ଼ୁ ସରକାରଙ୍କର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିଲେ। ପୋନମୁଦିଙ୍କୁ ମନ୍ତ୍ରୀ ଭାବେ ପୁନର୍ବାର ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ କରିଥିବାଳ ସୁପାରିସକୁ ରାଜ୍ୟପାଳ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ମାର୍ଚ୍ଚ ୧୧ ତାରିଖରେ ଏକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୋନୁମୁଦିଙ୍କ ଦୋଷୀସାବ୍ୟସ୍ତ ହେବା ଏବଂ ତାଙ୍କ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ।

Tags: