ତାମିଲନାଡ଼ୁ ରାଜଭବନ ବାହାରେ ପେଟ୍ରୋଲ ବୋମା ବିସ୍ଫୋରଣ
ଚେନ୍ନାଇ : ତାମିଲନାଡ଼ୁ ରାଜଭବନ ବାହାରେ ଆଜି ଜଣେ ବ୍ୟକ୍ତି ପେଟ୍ରୋଲ ବୋମା ବିସ୍ଫୋରଣ ଘଟାଇବା ଆଲୋଡ଼ନ ସୃଷ୍ଟି କରିଛି। ରାଜଭବନର ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ବ୍ୟକ୍ତି ଅଚାନକ ପେଟ୍ରୋଲ ବୋମା ଫୋପାଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ଏନେଇ ସ୍ଥାନୀୟ ଥାନାରେ ଏତଲା ରୁଜୁ କରାଯାଇଥିଲା। ଏହି ବିସ୍ଫୋରଣରେ ସଂପୃକ୍ତ ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଉକ୍ତ ଘଟଣା ପରେ ବିଜେପି ଆଇନ ଶୃଙ୍ଖଳା ସ୍ଥିତି ନେଇ ଡିଏମ୍କେ ସରକାରକୁ ପ୍ରଶ୍ନ […]
ଚେନ୍ନାଇ : ତାମିଲନାଡ଼ୁ ରାଜଭବନ ବାହାରେ ଆଜି ଜଣେ ବ୍ୟକ୍ତି ପେଟ୍ରୋଲ ବୋମା ବିସ୍ଫୋରଣ ଘଟାଇବା ଆଲୋଡ଼ନ ସୃଷ୍ଟି କରିଛି। ରାଜଭବନର ମୁଖ୍ୟ ଫାଟକ ସମ୍ମୁଖରେ ଜଣେ ବ୍ୟକ୍ତି ଅଚାନକ ପେଟ୍ରୋଲ ବୋମା ଫୋପାଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ଏନେଇ ସ୍ଥାନୀୟ ଥାନାରେ ଏତଲା ରୁଜୁ କରାଯାଇଥିଲା। ଏହି ବିସ୍ଫୋରଣରେ ସଂପୃକ୍ତ ସନ୍ଦିଗ୍ଧକୁ ପୁଲିସ ଗିରଫ କରିଛି। ଉକ୍ତ ଘଟଣା ପରେ ବିଜେପି ଆଇନ ଶୃଙ୍ଖଳା ସ୍ଥିତି ନେଇ ଡିଏମ୍କେ ସରକାରକୁ ପ୍ରଶ୍ନ କରିଛି। ଆଜି ଅପରାହ୍ନ ୨ଟା ୪୫ରେ କାରୁକା ବିନୋଥ ନାମକ ଜଣେ ବ୍ୟକ୍ତି ରାଜଭବନ ମୁଖ୍ୟ ଦ୍ବାର ଉପରେ ପେଟ୍ରୋଲ ଭର୍ତ୍ତି ଦୁଇଟି କଣ୍ଟେନରରେ ନିଆଁ ଲଗାଇ ରାଜଭବନ ମୁଖ୍ୟ ଫାଟକ ଉପରକୁ ଫୋପାଡ଼ିଥିବା ଜଣାପଡ଼ିଛି। ରାଜଭବନ ଉପରେ ପେଟ୍ରୋଲ ବୋମା ପକାଯିବା ରାଜ୍ୟର ଦୟନୀୟ ଆଇନଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି ବୋଲି ତାମିଲନାଡ଼ୁ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇ କହିଛନ୍ତି।




