ତାମିଲନାଡ଼ୁ ମଦମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ନୂଆଦିଲ୍ଲୀ : ତାମିଲନାଡ଼ୁରେ ମଦମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଭିଲୁପୁରମ ଜିଲ୍ଲାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଶାସକ ଡିଏମକେ ସରକାର ଏବଂ ତାମିଲନାଡୁ ଡିଜିପି ସିଲେନ୍ଦ୍ର ବାବୁଙ୍କୁ ଏନଏଚଆରସି ( ଜାତୀୟ ମାନବାଧିକାର କମିସନ୍ ) ନୋଟିସ କରିଛି। ବିଷାକ୍ତ ମଦ ପାଇଁ ମୃତ୍ୟୁସଂଖ୍ୟା ବଢ଼ିବା ଏବଂ ଡିଏମକେ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଘୋଷଣା କରିଥିବାରୁ ବିରୋଧୀ ଦଳ ନେତାମାନେ ଏହାକୁ […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁରେ ମଦମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଭିଲୁପୁରମ ଜିଲ୍ଲାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଶାସକ ଡିଏମକେ ସରକାର ଏବଂ ତାମିଲନାଡୁ ଡିଜିପି ସିଲେନ୍ଦ୍ର ବାବୁଙ୍କୁ ଏନଏଚଆରସି ( ଜାତୀୟ ମାନବାଧିକାର କମିସନ୍ ) ନୋଟିସ କରିଛି। ବିଷାକ୍ତ ମଦ ପାଇଁ ମୃତ୍ୟୁସଂଖ୍ୟା ବଢ଼ିବା ଏବଂ ଡିଏମକେ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଘୋଷଣା କରିଥିବାରୁ ବିରୋଧୀ ଦଳ ନେତାମାନେ ଏହାକୁ ପ୍ରବଳ ବିରୋଧ କରିଛନ୍ତି। ଉକ୍ତ ମାମଲାରେ ୧୦ରୁ ଅଧିକ ପୁଲିସ ନିଲମ୍ବିତ ହେଲେଣି। ବିଷାକ୍ତ ମଦ ବିକ୍ରି ବିରୋଧରେ ତାମିଲ ମାନିଲା କଂଗ୍ରେସ ଆସନ୍ତା ୨୦ ତାରିଖରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ ଯେ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ସରକାର ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

Tags: