ତାମିଲନାଡ଼ୁର ଶିବକାଶୀ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତାମିଲନାଡ଼ୁର ଶିବକାଶୀରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ସେଙ୍କମଲପଟ୍ଟି ନିକଟରେ ଥିବା ଏକ ଘରୋଇ ବାଣ କାରଖାନାରେ ଆଜି ନିଆଁ ଲାଗି ଯାଇଥିଲା। ଫଳରେ ବାଣ କାରଖାନାରେ ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁଥିଲା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କାର୍ଯ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ତାମିଲନାଡ଼ୁର ଶିବକାଶୀରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ସେଙ୍କମଲପଟ୍ଟି ନିକଟରେ ଥିବା ଏକ ଘରୋଇ ବାଣ କାରଖାନାରେ ଆଜି ନିଆଁ ଲାଗି ଯାଇଥିଲା। ଫଳରେ ବାଣ କାରଖାନାରେ ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁଥିଲା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ସରକାରୀ ହସ୍ପିଟାଲ ପଠାଯାଇଛି। ଜଣେ ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ଜଣାପଡ଼ିନାହିଁ। ମିଳିଥିବା ସୂଚନାନୁଯାୟୀ ବିସ୍ଫୋରଣ ସମୟରେ କାରଖାନାରେ ୧୦ ଜଣ କର୍ମଚାରୀ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରିରେ ବିରୁଧୁନଗର ଜିଲ୍ଲାର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ୪ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।

Tags: