ତାମିଲନାଡ଼ୁରେ ୨ ବାଣ କାରଖାନାରେ ବିସ୍ଫୋରଣ, ୧୧ ମୃତ

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଆଜି ୨ଟି ବାଣ କାରଖାନାରେ ବିସ୍ଫୋରଣ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି। ସେମାନେ ସମସ୍ତେ ବାଣ କାରଖାନାର କର୍ମଚାରୀ ବୋଲି ଜଣାପଡ଼ିଛି। ଶିବକାଶୀରେ ଆଜି ଏହି ୨ଟି କାରଖାନାରେ ସାମ୍ପଲ୍ ଟେଷ୍ଟ୍ ଚାଲିଥିବାବେଳେ ହଠାତ ବିସ୍ଫୋରଣ ହୋଇଥିଲା। ବାଣ କାରଖାନାରେ ବିସ୍ଫୋରଣ ଖବର ପାଇ ପୁଲିସ, ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ […]

Samaya Live Picture
Published On

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଆଜି ୨ଟି ବାଣ କାରଖାନାରେ ବିସ୍ଫୋରଣ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି। ସେମାନେ ସମସ୍ତେ ବାଣ କାରଖାନାର କର୍ମଚାରୀ ବୋଲି ଜଣାପଡ଼ିଛି। ଶିବକାଶୀରେ ଆଜି ଏହି ୨ଟି କାରଖାନାରେ ସାମ୍ପଲ୍ ଟେଷ୍ଟ୍ ଚାଲିଥିବାବେଳେ ହଠାତ ବିସ୍ଫୋରଣ ହୋଇଥିଲା। ବାଣ କାରଖାନାରେ ବିସ୍ଫୋରଣ ଖବର ପାଇ ପୁଲିସ, ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଏହି ବାଣ କାରଖାନା ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଅକ୍ଟୋବର ୯ ତାରିଖରେ ମଧ୍ୟ ତାମିଲନାଡ଼ୁର ଅରିୟଲୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା।

Tags: