ତାମିଲନାଡ଼ୁରେ ଲରି ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍‌, ୬ ମୃତ

ନୂଆଦିଲ୍ଲୀ: ତାମିଲନାଡ଼ୁର ସଲେମରେ ଆଜି ଏକ ମର୍ମନ୍ତୁୂଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସଲେମ-ଇରୋଡ ରାଜପଥରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଲରି ଉପରକୁ ଏକ ଦ୍ରୁତଗାମୀ ଭ୍ୟାନ୍‌ ମାଡ଼ିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋ‌ଇଯାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ୮ ଜଣ ଥିଲେ। ସେମାନେ ପେରୁନଥୁରାଇକୁ ଯାଉଥିବାବେଳେ ଦୁର୍ଘଟଣା ହୋଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ସେଲଭରାଜ, […]

Samaya Live Picture
Published On

ନୂଆଦିଲ୍ଲୀ: ତାମିଲନାଡ଼ୁର ସଲେମରେ ଆଜି ଏକ ମର୍ମନ୍ତୁୂଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସଲେମ-ଇରୋଡ ରାଜପଥରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଲରି ଉପରକୁ ଏକ ଦ୍ରୁତଗାମୀ ଭ୍ୟାନ୍‌ ମାଡ଼ିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋ‌ଇଯାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ୮ ଜଣ ଥିଲେ। ସେମାନେ ପେରୁନଥୁରାଇକୁ ଯାଉଥିବାବେଳେ ଦୁର୍ଘଟଣା ହୋଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ସେଲଭରାଜ, ମଞ୍ଜୁଲା, ଅରୁମୁଗମ, ପଲାନିସାମୀ, ପପ୍ପଥି ଏବଂ ଏକ ବର୍ଷର ଶିଶୁ। ପୁଲିସ ସିସିଟିଭି ଭିଡିଓ ଆଧାରରେ ଉକ୍ତ ଦୁର୍ଘଟଣାର ତଦନ୍ତ କରୁଛି। ଭ୍ୟାନ ଡ୍ରାଇଭର ବିଘ୍ନେଶ ଏବଂ ଅନ୍ୟ ଯାତ୍ରୀମାନେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Tags: