ତାମିଲନାଡ଼ୁରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଚେକ୍ କଲେ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଧରି ଯାତ୍ରା କରୁଥିବା ଏକ ହେଲିକପ୍ଟରକୁ ଆଜି ତାମିଲନାଡ଼ୁର ନିଳଗିରିରେ ନିର୍ବାଚନ ଅଧିକାରୀମାନେ ଚେକ୍ କରିଥିଲେ। ହେଲିକପ୍ଟରଟି ନିଳଗିରିରେ ଅବତରଣ କରିବାପରେ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀମାନେ ହେଲିକପ୍ଟର ସର୍ଚ୍ଚ କରିଥିଲେ। ରାହୁଲ ଗାନ୍ଧି ଆଜି ତାଙ୍କ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ଼କୁ ଯାଉଥିବାବେଳେ ବାଟରେ ଏହି ଘଟଣା ଘଟିଥିଲା। ୱାୟନାଡ଼ରେ ରାହୁଲଙ୍କର ଆଜି ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ଼ରୁ ଜିତିଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଧରି ଯାତ୍ରା କରୁଥିବା ଏକ ହେଲିକପ୍ଟରକୁ ଆଜି ତାମିଲନାଡ଼ୁର ନିଳଗିରିରେ ନିର୍ବାଚନ ଅଧିକାରୀମାନେ ଚେକ୍ କରିଥିଲେ। ହେଲିକପ୍ଟରଟି ନିଳଗିରିରେ ଅବତରଣ କରିବାପରେ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀମାନେ ହେଲିକପ୍ଟର ସର୍ଚ୍ଚ କରିଥିଲେ। ରାହୁଲ ଗାନ୍ଧି ଆଜି ତାଙ୍କ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ଼କୁ ଯାଉଥିବାବେଳେ ବାଟରେ ଏହି ଘଟଣା ଘଟିଥିଲା। ୱାୟନାଡ଼ରେ ରାହୁଲଙ୍କର ଆଜି ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ଼ରୁ ଜିତିଥିଲେ। ରାହୁଲ ପୁଣିଥରେ ୱାୟନାଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାହୁଲ ଗାନ୍ଧିଙ୍କ ବିରୋଧରେ ସିପିଆଇର ପ୍ରାର୍ଥୀ ହୋଇଛନ୍ତି ଆନ୍ନି ରାଜା। ସିପିଆଇ ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସତ୍ତ୍ବେ ଏହା ରାହୁଲଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି। ଅନ୍ୟପକ୍ଷେ ବିଜେପି କେରଳ ମୁଖ୍ୟ କେ ସୁରେନ୍ଦ୍ରନଙ୍କୁ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କରିଛି। ୨୦ ଲୋକସଭା ଆସନ ବିଶିଷ୍ଟ କେରଳରେ ଆସନ୍ତା ଏପ୍ରିଲ ୨୬ ତାରିଖରେ କେବଳ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଅନ୍ୟପକ୍ଷେ ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ୩୯ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

Tags: