ତାମିଲନାଡ଼ୁରେ ଭ୍ୟାନ୍‌କୁ ଧକ୍କା ଦେଲା ଲରି, ୭ ମୃତ

ନୂଆଦିଲ୍ଲୀ : ତାମିଲନାଡ଼ୁର ତିରୁପଥୁର ଜିଲ୍ଲାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ମୃତକମାନେ ହେଉଛନ୍ତି ଭେଲ୍ଲୋର ଜିଲ୍ଲାର। ସେମାନେ ଗତ ୮ ତାରିଖରେ କର୍ଣ୍ଣାଟକର ଧର୍ମଶାଳାକୁ ଯାଇଥିଲେ। ତେବେ ୨ଟି ଭ୍ୟାନ୍‌ରେ ସେମାନେ କର୍ଣ୍ଣାଟକରୁ ଫେରୁଥିବାବେଳେ ବାଟ‌ରେ ନତ୍ରମପଲ୍ଲିର ବେଙ୍ଗାଲୁରୁ-‌ଚେନ୍ନାଇ ରାଜପଥରେ ଗୋଟିଏ ଭ୍ୟାନ୍‌ର ଟାୟାର ଫାଟି ଯାଇଥିଲା। ଭ୍ୟାନ୍‌ ଡ୍ରାଇଭର ମରାମତି କାମ କରୁଥିବା ସ‌ମୟରେ ଭ୍ୟାନ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇ […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁର ତିରୁପଥୁର ଜିଲ୍ଲାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ମୃତକମାନେ ହେଉଛନ୍ତି ଭେଲ୍ଲୋର ଜିଲ୍ଲାର। ସେମାନେ ଗତ ୮ ତାରିଖରେ କର୍ଣ୍ଣାଟକର ଧର୍ମଶାଳାକୁ ଯାଇଥିଲେ। ତେବେ ୨ଟି ଭ୍ୟାନ୍‌ରେ ସେମାନେ କର୍ଣ୍ଣାଟକରୁ ଫେରୁଥିବାବେଳେ ବାଟ‌ରେ ନତ୍ରମପଲ୍ଲିର ବେଙ୍ଗାଲୁରୁ-‌ଚେନ୍ନାଇ ରାଜପଥରେ ଗୋଟିଏ ଭ୍ୟାନ୍‌ର ଟାୟାର ଫାଟି ଯାଇଥିଲା। ଭ୍ୟାନ୍‌ ଡ୍ରାଇଭର ମରାମତି କାମ କରୁଥିବା ସ‌ମୟରେ ଭ୍ୟାନ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇ ଯାଇ ରାସ୍ତା କଡ଼ରେ ବସିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଲରି ଆସି ଭ୍ୟାନ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ତଳେ ବସିଥିବା ଯାତ୍ରୀମାନଙ୍କ ଉପରେ ଭ୍ୟାନ୍‌ ଓଲଟି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ‌ହେଉଛନ୍ତି ମୀରା, ଦେଇବନ୍ନାଇ, ସିଥାମ୍ମଲ ଓରଫ ସେଲ୍‌ଭି, ଦେବକୀ, ସାବିତ୍ରୀ, କଳାବତୀ ଏବଂ ଗୀତାଞ୍ଜଳି। ଭ୍ୟାନ୍‌ରେ ଯାଉଥିବା ଅନ୍ୟ ୧୦ ଜଣ ଯାତ୍ରୀ ଏବଂ ଲରିର ୩ ଜଣ ଯାତ୍ରୀ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନତ୍ରମପଲ୍ଲି ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି।

Tags: