ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାମିଲନାଡୁର ଚେଙ୍ଗଲପଟ୍ଟୁ ଏବଂ ଭିଲୁପୁରମ ଜିଲ୍ଲା ଅଧୀନସ୍ଥ ୨ଟି ଗ୍ରାମରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରେ ସେମାନେ ବିଷାକ୍ତ ମଦ ପିଇଥିଲେ। ରବିବାର ସକାଳେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଭିଲୁପୁରମ ଜିଲ୍ଲା ଅଧୀନସ୍ଥ ମରକ୍କନମ ନିକଟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୩୦ରୁ ଅଧିକ […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡୁର ଚେଙ୍ଗଲପଟ୍ଟୁ ଏବଂ ଭିଲୁପୁରମ ଜିଲ୍ଲା ଅଧୀନସ୍ଥ ୨ଟି ଗ୍ରାମରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରେ ସେମାନେ ବିଷାକ୍ତ ମଦ ପିଇଥିଲେ। ରବିବାର ସକାଳେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଭିଲୁପୁରମ ଜିଲ୍ଲା ଅଧୀନସ୍ଥ ମରକ୍କନମ ନିକଟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୩୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତଙ୍କୁ ୫୦ ହଜା ର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ପୁଲିସ ଉକ୍ତ ଘଟଣାର ତଦନ୍ତ କରିବାପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି।

Tags: