ତାମିଲନାଡ଼ୁରେ ବଡ଼ ଟ୍ରେନ୍‌ ଦୁର୍ଘଟଣା ଟଳିଗଲା

ଚେନ୍ନାଇ : ତାମିଲନାଡ଼ୁରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଟଳି ଯାଇଛି। ସେଙ୍ଗୋତ୍ତାଇ ରେଳବାଇ କର୍ତ୍ତୃପକ୍ଷମାନେ ରବିବାର ଦିନ କୋଲ୍ଲମ-ଚେନ୍ନାଇ ଏଗମୋର ଏକ୍ସପ୍ରେସର ଏକ କୋଚ୍‌ରେ ବଡ଼ ଧରଣର ଫାଟ ଦେଖିଥିଲେ ଏବଂ ତୁରନ୍ତ ଏହାକୁ କାଢ଼ି ଦେଇଥିଲେ। ଫଳରେ ଏକ ବଡ଼ ବିପଦ ଟଳିଗଲା। ଫାଟ ଦେଖାଯାଇଥିବା କୋଚ୍‌ରୁ ଯାତ୍ରୀଙ୍କୁ ଅନ୍ୟ ଏକ କୋଚ୍‌କୁ ନିଆଯାଇଥିଲା । ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ପରେ ସେଙ୍ଗୋତାଇରୁ ଟ୍ରେନ୍‌ ଛାଡ଼ିବା ଘଣ୍ଟାଏ […]

Samaya Live Picture
Published On

ଚେନ୍ନାଇ : ତାମିଲନାଡ଼ୁରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଟଳି ଯାଇଛି। ସେଙ୍ଗୋତ୍ତାଇ ରେଳବାଇ କର୍ତ୍ତୃପକ୍ଷମାନେ ରବିବାର ଦିନ କୋଲ୍ଲମ-ଚେନ୍ନାଇ ଏଗମୋର ଏକ୍ସପ୍ରେସର ଏକ କୋଚ୍‌ରେ ବଡ଼ ଧରଣର ଫାଟ ଦେଖିଥିଲେ ଏବଂ ତୁରନ୍ତ ଏହାକୁ କାଢ଼ି ଦେଇଥିଲେ। ଫଳରେ ଏକ ବଡ଼ ବିପଦ ଟଳିଗଲା। ଫାଟ ଦେଖାଯାଇଥିବା କୋଚ୍‌ରୁ ଯାତ୍ରୀଙ୍କୁ ଅନ୍ୟ ଏକ କୋଚ୍‌କୁ ନିଆଯାଇଥିଲା । ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ପରେ ସେଙ୍ଗୋତାଇରୁ ଟ୍ରେନ୍‌ ଛାଡ଼ିବା ଘଣ୍ଟାଏ ବିଳମ୍ବ ହୋଇଛି। ରେଳ ଅଧିକାରୀଙ୍କ ତ୍ବରିତ ପଦକ୍ଷେପ ପାଇଁ ଏକ ବଡ଼ ଦୁର୍ଘଟଣା ଆଜି ଟଳି ଯାଇଛି। ବା‌ଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପରେ ରବିବାର ଏହି ଦୁର୍ଘଟଣାକୁ ଟାଳି ଦିଆଯାଇଛି।

Tags: