ତାମିଲନାଡ଼ୁରେ ଖାଇକୁ ଖସିଲା ବସ୍, ୮ ମୃତ
ଚେନ୍ନାଇ: ତାମିଲନାଡ଼ୁର କୁନ୍ନୁର ସ୍ଥିତ ମାରାପଲମ ନିକଟରେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅନେକଙ୍କ ଜୀବନ ବଞ୍ଚିଯାଇଛି। ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ହରାଇବାରୁ ଏହା ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା।

Tags: