ତାଜ୍ ପ୍ୟାଲେସ ହୋଟେଲରେ ଚୀନ୍ ଜି-୨୦ ପ୍ରତିନିଧିଙ୍କ ବ୍ୟାଗ୍ ଚେକ୍କୁ ନେଇ ହାଇଡ୍ରାମା
ନୂଆଦିଲ୍ଲୀ : ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍ରେ ହାଇଡ୍ରାମା ହୋଇଛି। ଗତ ସପ୍ତାହରେ ଜି-୨୦ ସମ୍ମିଳନୀ ସମୟରେ ଦିଲ୍ଲୀ ଆସିଥିବା ଚୀନ୍ ପ୍ରତିନିଧିଙ୍କ ପାଇଁ ତାଜ୍ ପ୍ୟାାଲେସ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଥିଲା। ହୋଟେଲ୍ରେ ସୁରକ୍ଷା କର୍ମଚାରୀଙ୍କ ଦ୍ବାରା ଚୀନ୍ ପ୍ରତିନିଧିଙ୍କ ବ୍ୟାଗ୍ ଚେକ୍ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଏହି ବ୍ୟାଗ୍ ଚେକ୍ ପାଇଁ ଅନୁମତି ଦେଇନଥିଲେ। ଏହାକୁ ନେଇ ହାଇଡ୍ରାମା ହୋଇଥିଲା। ଶେଷରେ ଚୀନ୍ ପ୍ରତିନିଧି ଦଳ ହୋଟେଲ୍ ଛାଡ଼ି ଚୀନ୍ ଦୂତାବାସରେ […]
ନୂଆଦିଲ୍ଲୀ : ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍ରେ ହାଇଡ୍ରାମା ହୋଇଛି। ଗତ ସପ୍ତାହରେ ଜି-୨୦ ସମ୍ମିଳନୀ ସମୟରେ ଦିଲ୍ଲୀ ଆସିଥିବା ଚୀନ୍ ପ୍ରତିନିଧିଙ୍କ ପାଇଁ ତାଜ୍ ପ୍ୟାାଲେସ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଥିଲା। ହୋଟେଲ୍ରେ ସୁରକ୍ଷା କର୍ମଚାରୀଙ୍କ ଦ୍ବାରା ଚୀନ୍ ପ୍ରତିନିଧିଙ୍କ ବ୍ୟାଗ୍ ଚେକ୍ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଏହି ବ୍ୟାଗ୍ ଚେକ୍ ପାଇଁ ଅନୁମତି ଦେଇନଥିଲେ। ଏହାକୁ ନେଇ ହାଇଡ୍ରାମା ହୋଇଥିଲା। ଶେଷରେ ଚୀନ୍ ପ୍ରତିନିଧି ଦଳ ହୋଟେଲ୍ ଛାଡ଼ି ଚୀନ୍ ଦୂତାବାସରେ ଯାଇ ରହିଥିଲେ। ଏହି ବ୍ୟାଗରେ କ’ଣ ଥିଲା ତାହା ଜଣାପଡ଼ିନି। ତେବେ ପରେ ଆହୁରି ଅଧିକ ଚୀନ୍ ପ୍ରତିନିଧି ହୋଟେଲରେ ପହଞ୍ଚିଥିଲେ ଏବଂ ସେମାନଙ୍କ ବ୍ୟାଗ୍ ଚେକ୍ କରିବା ସମୟରେ ସେମାନେ କିଛି ବିରୋଧ କରିନଥିଲେ। ଉଲ୍ଲେଖଯୋଗ୍ୟ ଯେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଜି-୨୦ ବୈଠକରେ ଚୀନ୍କୁ ପ୍ରତିନିଧିତ୍ବ କରିଥିଲେ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କୌଣସି କାରଣ ନଦର୍ଶାଇ ସମ୍ମିଳନୀରେ ଯୋଗ ଦେଇନଥିଲେ।




