ତାଇୱାନ୍‌ ସୀମାରେ ଚୀନ ମୁତୟନ କଲା ୧୨୫ ଯୁଦ୍ଧ ବିମାନ

ତାଇପେଇ: ଇସ୍ରାଏଲ୍‌-ପାଲେଷ୍ଟାଇନ୍‌, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଥମିନାହିଁ। ଏହି ସମୟରେ ଦକ୍ଷୀଣ ଚୀନ ସାଗରର ତାଇୱାନ୍‌ ଜଳସନ୍ଧୀ (ଷ୍ଟ୍ରାଇଟ୍‌)ରେ ଆଉ ଏକ ଯୁଦ୍ଧର ଘନଘଟା ସୃଷ୍ଟି ହୋଇଛି। ତାଇୱାନ୍‌ର ନୂତନ ସରକାର ଗଠନ ଓ ରାଷ୍ଟ୍ରୀୟ ଦିବସରେ ଚୀନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଚୀନ ଏହି ଯୁଦ୍ଧ କସରତ ଆରମ୍ଭ କରିଛି। ପ୍ରଥମ ଥର ନିମନ୍ତେ ନିଜର ୧୨୫ଟି ଯୁଦ୍ଧବିମାନ ମୁତୟନ କରିଛି। ତାଇୱାନ୍‌ର ରାଷ୍ଟ୍ରୀୟ ଦିବସରେ ତାଇୱାନ୍‌ ରାଷ୍ଟ୍ରପତି ଲାଇ ଚିଙ୍ଗ୍‌ କହିଥିଲେ ଯେ ତାଇୱାନ୍‌ର […]

Samaya Live Picture
Published On

ତାଇପେଇ: ଇସ୍ରାଏଲ୍‌-ପାଲେଷ୍ଟାଇନ୍‌, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଥମିନାହିଁ। ଏହି ସମୟରେ ଦକ୍ଷୀଣ ଚୀନ ସାଗରର ତାଇୱାନ୍‌ ଜଳସନ୍ଧୀ (ଷ୍ଟ୍ରାଇଟ୍‌)ରେ ଆଉ ଏକ ଯୁଦ୍ଧର ଘନଘଟା ସୃଷ୍ଟି ହୋଇଛି। ତାଇୱାନ୍‌ର ନୂତନ ସରକାର ଗଠନ ଓ ରାଷ୍ଟ୍ରୀୟ ଦିବସରେ ଚୀନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଚୀନ ଏହି ଯୁଦ୍ଧ କସରତ ଆରମ୍ଭ କରିଛି। ପ୍ରଥମ ଥର ନିମନ୍ତେ ନିଜର ୧୨୫ଟି ଯୁଦ୍ଧବିମାନ ମୁତୟନ କରିଛି। ତାଇୱାନ୍‌ର ରାଷ୍ଟ୍ରୀୟ ଦିବସରେ ତାଇୱାନ୍‌ ରାଷ୍ଟ୍ରପତି ଲାଇ ଚିଙ୍ଗ୍‌ କହିଥିଲେ ଯେ ତାଇୱାନ୍‌ର ପ୍ରତିନିଧିତ୍ବ କରିବା ନିମନ୍ତେ ଚୀନର କୌଣସି ଅଧିକାର ନାହିଁ। ଚୀନର କୌଣସି ଜବରଦଖଲକୁ ଦୃଢ଼ ଭାବେ ବିରୋଧ କରାଯିବ। ଏହାର ପ୍ରତିକ୍ରିୟାରେ ଚୀନର ତାଇୱାନ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି, ତାଇୱାନ୍‌ର ସ୍ବାଧୀନତା ଭଳି ନିରନ୍ତର ବେକାର କଥା କହୁଥିବା ଲାଇ ଚିଙ୍ଗ୍‌ ସିଙ୍କୁ ଦଣ୍ଡିତ କରିବାକୁ ଏହା ଉଦ୍ଦିଷ୍ଟ। ତାଇୱାନ୍‌ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୋର ୫ଟା ୨ ମିନିଟ୍‌ରୁ ୪ଟା ୩୦ ମିନିଟ୍‌ ମଧ୍ୟରେ ଚୀନର ୯୦ଟି ଯୁଦ୍ଧବିମାନ, ହ୍ୟାଲିକପ୍ଟର, ଡ୍ରୋନ୍‌ ଆଦି ତାଇୱାନ୍‌ର ବାୟୁ ସୀମା ମଧ୍ୟରେ ଚିହ୍ନଟ କରାଯାଇଛି। ତାଇୱାନ୍‌ର ସୁରକ୍ଷା ପରିଷଦ ମହାସଚିବ ଯୋଶେଫ୍‌ ଉ କହିଛନ୍ତି, ଚୀନର କୌଣସି ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାକୁ ଆମ ଦେଶର ସେନା ପ୍ରସ୍ତୁତ ।

Tags: