ତାଇୱାନରେ ଗଲ୍ଫ ବଲ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୫ ମୃତ, ୧୦୦ ଆହତ

ନୂଆଦିଲ୍ଲୀ : ତାଇୱାନରେ ଗଲ୍ଫ ବଲ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ପିଙ୍ଗଟଙ୍ଗ କାଉଣ୍ଟିରେ ଥିବା ଏକ ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ ଅଗ୍ନିକାଣ୍ଡ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଅଗ୍ନିନିର୍ବାପକ ସଦସ୍ୟ ଅଛନ୍ତି। ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍‌ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ତାଇୱାନରେ ଗଲ୍ଫ ବଲ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ପିଙ୍ଗଟଙ୍ଗ କାଉଣ୍ଟିରେ ଥିବା ଏକ ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ ଅଗ୍ନିକାଣ୍ଡ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଅଗ୍ନିନିର୍ବାପକ ସଦସ୍ୟ ଅଛନ୍ତି। ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍‌ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ କ’ଣ ଏଯାବତ ଜଣାପଡ଼ିନି। ଫ୍ୟାକ୍ଟ୍ରିରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ଏବଂ ଏହାପରେ ନିଆଁ ଲାଗି ଯାଇଥିଲା। ପ୍ରାକୃତିକ ଗ୍ୟାସ୍‌ ଯୋଗୁଁ ବିସ୍ଫୋରଣ ‌‌ହୋଇଥିବା କୁହାଯାଉଛି।

Tags: