ତହବୁର ରାଣାର ବିସ୍ଫୋରକ ବୟାନ

ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆକ୍ରମଣର ପ୍ରମୁଖ ଷଡ଼ଯନ୍ତ୍ରକାରୀ ତହୱୁର ହୁସେନ ରାଣା ବିସ୍ଫୋରକ ବୟାନ ଦେଇ କହିଛି ଯେ ହତ୍ୟାକାଣ୍ଡ ସମୟରେ ସେ ସହରରେ ଥିଲା ଏବଂ ସେ ପାକିସ୍ତାନୀ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିଲା। ସୂଚନାନୁଯାୟୀ ଦିଲ୍ଲୀର ତିହାର ଜେଲରେ ଏନ୍‌ଆଇଏ ହେପାଜତରେ ଥିବା ରାଣା ପଚରାଉଚରା ସମୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ କହିଥିଲା ଯେ ସେ ଏବଂ ତା’ ବନ୍ଧୁ ଓ ସହଯୋଗୀ ଡେଭିଡ୍ କୋଲମ୍ୟାନ୍ ହେଡଲି ପାକିସ୍ତାନ ସ୍ଥିତ ଲସ୍କର-ଏ-ତୈବା ସହିତ […]

ତହବୁର ରାଣାର ବିସ୍ଫୋରକ ବୟାନ
Samaya Live Picture
Published On

ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆକ୍ରମଣର ପ୍ରମୁଖ ଷଡ଼ଯନ୍ତ୍ରକାରୀ ତହୱୁର ହୁସେନ ରାଣା ବିସ୍ଫୋରକ ବୟାନ ଦେଇ କହିଛି ଯେ ହତ୍ୟାକାଣ୍ଡ ସମୟରେ ସେ ସହରରେ ଥିଲା ଏବଂ ସେ ପାକିସ୍ତାନୀ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିଲା। ସୂଚନାନୁଯାୟୀ ଦିଲ୍ଲୀର ତିହାର ଜେଲରେ ଏନ୍‌ଆଇଏ ହେପାଜତରେ ଥିବା ରାଣା ପଚରାଉଚରା ସମୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ କହିଥିଲା ଯେ ସେ ଏବଂ ତା’ ବନ୍ଧୁ ଓ ସହଯୋଗୀ ଡେଭିଡ୍ କୋଲମ୍ୟାନ୍ ହେଡଲି ପାକିସ୍ତାନ ସ୍ଥିତ ଲସ୍କର-ଏ-ତୈବା ସହିତ ଅନେକ ତାଲିମ ଅଧିବେଶନ କରିଥିଲେ । ରାଣା‌ କହିଛି ଯେ ସେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଭଳି ସ୍ଥାନଗୁଡ଼ିକୁ ଯାଇଥିଲା ଏବଂ ସେ ବିଶ୍ୱାସ କରୁଛି ଯେ ୨୬/୧୧ ଆକ୍ରମଣ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ସହଯୋଗରେ କରାଯାଇଥିଲା।

Tags: