ଡ ମନମୋହନ ସିଂହଙ୍କ ନାମରେ ନାମିତ ହେବ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ

ବେଙ୍ଗାଲୁରୁ: ବେଙ୍ଗାଲୁରରେ ଥିବା ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ (ବିସିୟୁ) ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ ମନମୋହନ ସିଂହଙ୍କ ନାମରେ ନାମିତ ହେବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା ଆଜି ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ ଏକ ରାଜ୍ୟ ବିଶ୍ବବିଦ୍ୟାଳୟ ଭାବେ ୨୦୧୭ରେ ସ୍ଥାପିତ ହୋଇଥିଲା। ପ୍ରଥମେ ଏହାର ନାମ ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌ ବିଶ୍ବବିଦ୍ୟାଳୟ ଥିଲା। ୨୦୨୦ରେ ଏହାକୁ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ ନାମରେ ପୁନଃ ନାମିତ କରାଯାଇଥିଲା। […]

Samaya Live Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରରେ ଥିବା ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ (ବିସିୟୁ) ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ ମନମୋହନ ସିଂହଙ୍କ ନାମରେ ନାମିତ ହେବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା ଆଜି ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି।

ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ ଏକ ରାଜ୍ୟ ବିଶ୍ବବିଦ୍ୟାଳୟ ଭାବେ ୨୦୧୭ରେ ସ୍ଥାପିତ ହୋଇଥିଲା। ପ୍ରଥମେ ଏହାର ନାମ ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌ ବିଶ୍ବବିଦ୍ୟାଳୟ ଥିଲା। ୨୦୨୦ରେ ଏହାକୁ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ ନାମରେ ପୁନଃ ନାମିତ କରାଯାଇଥିଲା। ସମ୍ପ୍ରତି ଏହାକୁ ପୁଣିଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ସିଦ୍ଦରାମୈୟା ଘୋଷଣା କରିଛନ୍ତି।

Tags: