ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ବିପର୍ଯ୍ୟୟ, ୮୦ ସହର ଓ ଗାଁରେ ବନ୍ୟା

କିବ୍‌ : ୟୁକ୍ରେନର ନୋଭା କାଖୋବକା ଡ୍ୟାମ୍‌ ବିସ୍ଫୋରଣରେ ଭୁଶୁଡ଼ିବାପରେ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ନିପ୍ରୋ ନଦୀ ଉପରେ ଥିବା ନୋଭା କାଖୋବକା ଡ୍ୟାମ୍‌କୁ ରୁଷ୍‌ ଗତବର୍ଷ ଯୁଦ୍ଧ ପରଠାରୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ତେବେ ଏହି ଡ୍ୟାମ୍‌କୁ ରୁଷ୍‌ ବିସ୍ଫୋରଣରେ ଉଡ଼ାଇ ଦେଇଛି ବୋଲି ୟୁକ୍ରେନ ଅଭିଯୋଗ କରିଛି। ନିପ୍ରୋ ନଦୀ ନିକଟସ୍ଥ ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି। ପାଖାପାଖି ୫୦ ହଜାର ଲୋକ ବିପଦରେ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ […]

Samaya Live Picture
Published On

କିବ୍‌ : ୟୁକ୍ରେନର ନୋଭା କାଖୋବକା ଡ୍ୟାମ୍‌ ବିସ୍ଫୋରଣରେ ଭୁଶୁଡ଼ିବାପରେ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ନିପ୍ରୋ ନଦୀ ଉପରେ ଥିବା ନୋଭା କାଖୋବକା ଡ୍ୟାମ୍‌କୁ ରୁଷ୍‌ ଗତବର୍ଷ ଯୁଦ୍ଧ ପରଠାରୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ତେବେ ଏହି ଡ୍ୟାମ୍‌କୁ ରୁଷ୍‌ ବିସ୍ଫୋରଣରେ ଉଡ଼ାଇ ଦେଇଛି ବୋଲି ୟୁକ୍ରେନ ଅଭିଯୋଗ କରିଛି। ନିପ୍ରୋ ନଦୀ ନିକଟସ୍ଥ ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି। ପାଖାପାଖି ୫୦ ହଜାର ଲୋକ ବିପଦରେ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଖାଲି କରାଯାଉଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ୮୦ ସହର ଏବଂ ଗାଁ ଜଳମଗ୍ନ ହୋଇଯିବ। ୩୦ରୁ ଅଧିକ ବସତି ବୁଡ଼ିଗଲାଣି ୧୦୦ରୁ ଅଧିକ ବସ୍‌ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ ‌ହୋଇଛି। ଇତି ମଧ୍ୟରେ ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରୁଷ୍‌ ଖେରସନର ଦକ୍ଷିଣ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ରୁଷ୍‌ ଗୋଳାବର୍ଷା କରି ଏଥିରେ ବାଧା ସୃଷ୍ଟି କରୁଛି। ରୁଷ୍‌ର ଗୋଳାବର୍ଷାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟ‌ରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଅଧିକାଂଶ ସ୍ଥାନରେ ବେକ ଉଚ୍ଚାରେ ପାଣି ଲହଡ଼ା ମାଡ଼ୁଥିବାରୁ ରବର୍‌ ବୋଟ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଛି। କା‌ଜକୋଭା ଡି‌ବ୍ରୋଭା ଚିଡ଼ିଆଖାନାରେ ସବୁ ଜୀବଜନ୍ତୁ ମରିଗଲେଣି। ଇତି ମଧ୍ୟରେ ୧୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ପତ୍ତା‌ ମିଳୁନି। ଖେରସନ ଅଞ୍ଚଳରେ ଥିବା ୮୦ରୁ ଅଧିକ ସହର ଏବଂ ଗାଁ ସମ୍ପୂର୍ଣ୍ଣ ବିପଦରେ। ୟୁକ୍ରେନ ଖେରସନ ଅଞ୍ଚଳର ଗଭର୍ଣ୍ଣର ଓଲେକଜାଣ୍ଡର ପ୍ରୋକୁଦିନ କହିଛନ୍ତି, ବୁଧବାର ଦିନ ୧୫୮୨ ଘର ବୁଡ଼ି ଯାଇଛି।

Tags: