ଡ୍ରଗ୍ସ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖଇରା ଗିରଫ

ନୂଆଦିଲ୍ଲୀ: ପଂଜାବ ପୁଲିସ ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖଇରାଙ୍କୁ ଏକ ପୁରୁଣା ଡ୍ରଗ୍ସ ମାମଲାରେ ଗିରଫ କରିଛି। ଚଣ୍ଡିଗଡ଼ ସ୍ଥିତ ଖଇରାଙ୍କ ବଙ୍ଗଳାରେ ଚଢ଼ଉ କରିବାପରେ ପୁଲିସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ ଏକ ପୁରୁଣା ଡ୍ରଗ୍ସ ମାମଲାରେ ଜଲାଲଳାବାଦ ଥାନା ଅଧିକାରୀମାନେ ଖଇରାଙ୍କ ସେକ୍ଟର ୫ ବାସଭବନ‌ରେ ଆଜି ସକାଳୁ ଚଢ଼ଉ କରିଥିଲେ। ବାସଭବନରେ ଚଢ଼ଉ ସମୟରେ ଖଇରା ଫେସବୁକ୍‌ ଲାଇଭ୍‌ରେ ଆସିଥିଲେ। ସେ ପୁଲିସ ସହ ଯୁକ୍ତିତର୍କ କରୁଥିବା […]

Samaya Live Picture
Published On

ନୂଆଦିଲ୍ଲୀ: ପଂଜାବ ପୁଲିସ ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖଇରାଙ୍କୁ ଏକ ପୁରୁଣା ଡ୍ରଗ୍ସ ମାମଲାରେ ଗିରଫ କରିଛି। ଚଣ୍ଡିଗଡ଼ ସ୍ଥିତ ଖଇରାଙ୍କ ବଙ୍ଗଳାରେ ଚଢ଼ଉ କରିବାପରେ ପୁଲିସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ ଏକ ପୁରୁଣା ଡ୍ରଗ୍ସ ମାମଲାରେ ଜଲାଲଳାବାଦ ଥାନା ଅଧିକାରୀମାନେ ଖଇରାଙ୍କ ସେକ୍ଟର ୫ ବାସଭବନ‌ରେ ଆଜି ସକାଳୁ ଚଢ଼ଉ କରିଥିଲେ। ବାସଭବନରେ ଚଢ଼ଉ ସମୟରେ ଖଇରା ଫେସବୁକ୍‌ ଲାଇଭ୍‌ରେ ଆସିଥିଲେ। ସେ ପୁଲିସ ସହ ଯୁକ୍ତିତର୍କ କରୁଥିବା ଲାଇଭ୍‌ ଭିଡିଓରେ ଦେଖିବାକୁ ମିଳିଛି। ପୁଲିସଠାରୁ ସେ ୱାରେଣ୍ଟ୍‌ ଦାବି କରିଥିଲେ ଏବଂ କେଉଁ କାରଣ ପାଇଁ ତାଙ୍କୁ ଗିରଫ କରାଯାଉଛି ତା’ର କାରଣ ଜାଣିବାକୁ ଚାହିଥିଲେ। ଜଲାଲାବାଦ ଡିଏସ୍‌ପି ଅଛରୁ ରାମ୍‌ ଶର୍ମା କହିଥିଲେ ସେ ଏକ ପୁରୁଣା ଏନ୍‌ଡିପିଏସ ମାମଲାରେ ଗିରଫ ହୋଇଛନ୍ତି। ଖଇରା କହିଥିଲେ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି ଏବଂ ସେ ଗିରଫକୁ ବିରୋଧ କରିଥିଲେ। ତାଙ୍କୁ ଗିରଫ କରିବା ରାଜ‌ନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି।

Tags: