ଡ୍ରଗ୍ସ ପାଇଁ ୭୪ ହଜାର ଟଙ୍କାରେ ପିଲାକୁ ବିକିଲେ ମୁମ୍ବାଇ ଦମ୍ପତି

ମୁମ୍ବାଇ: ମୁମ୍ବାଇର ଜଣେ ଦମ୍ପତି ସାମାନ୍ୟ ଡ୍ରଗ୍ସ ପାଇଁ ସେମାନଙ୍କ ପିଲାଙ୍କୁ ୭୪ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ୨ ବର୍ଷର ପୁଅକୁ ୬୦ ହଜାର ଟଙ୍କାରେ ଏବଂ ଗୋଟିଏ ମାସର ଝିଅକୁ ସେମାନେ ୧୪ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍‌ ଉକ୍ତ ଦମ୍ପତିଙ୍କ ସମେତ ମୋଟ୍‌ ୩ଜଣଙ୍କୁ ଗିରଫ କରିଛି। ପୁଲିସ ଅନ୍ଧେରିରୁ ୧ ମାସର ଶିଶୁକୁ ଉଦ୍ଧାର କରିଛି। ଅନ୍ୟ ପକ୍ଷେ ୨ ବର୍ଷର ଶିଶୁ ପୁତ୍ରକୁ […]

Samaya Live Picture
Published On

ମୁମ୍ବାଇ: ମୁମ୍ବାଇର ଜଣେ ଦମ୍ପତି ସାମାନ୍ୟ ଡ୍ରଗ୍ସ ପାଇଁ ସେମାନଙ୍କ ପିଲାଙ୍କୁ ୭୪ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ୨ ବର୍ଷର ପୁଅକୁ ୬୦ ହଜାର ଟଙ୍କାରେ ଏବଂ ଗୋଟିଏ ମାସର ଝିଅକୁ ସେମାନେ ୧୪ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍‌ ଉକ୍ତ ଦମ୍ପତିଙ୍କ ସମେତ ମୋଟ୍‌ ୩ଜଣଙ୍କୁ ଗିରଫ କରିଛି। ପୁଲିସ ଅନ୍ଧେରିରୁ ୧ ମାସର ଶିଶୁକୁ ଉଦ୍ଧାର କରିଛି। ଅନ୍ୟ ପକ୍ଷେ ୨ ବର୍ଷର ଶିଶୁ ପୁତ୍ରକୁ ପୁଲିସ ଖୋଜିବାକୁ ଚେଷ୍ଟା କରୁଛି। ଗିରଫ ହୋଇଥିବା ଅଭିଯୁକ୍ତ ଦମ୍ପତି ନିଶାଶକ୍ତ। ସେମାନେ ନିଶା ପାଇଁ ଏତେ ପାଗଳ ଯେ, ନିଶା ଖାଇବାକୁ ଟଙ୍କା ନପାଇ ଶେଷରେ ନିଜ ପିଲା ୨ଟାକୁ ବିକିଦେଲେ। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଶବିର ଖାନ୍‌ ଏବଂ ତା’ ପତ୍ନୀ ସାନିଆ ଏହି କାଣ୍ଡ ଘଟାଇଛନ୍ତି। ଅନ୍ୟ ପ‌କ୍ଷେ ଉଶା ରଥୋଡ଼ ଏବଂ ଶକିଲ ମକ୍ରାନି ନାମକ ୨ ଜଣ ଏଜେଣ୍ଟ୍‌ ଏହି କାମରେ ସମ୍ପୃକ୍ତ। ଅଭିଯୁକ୍ତର ଭଉଣୀ ଏସଂକ୍ରାନ୍ତରେ ଜାଣିବାପରେ ପୁଲିସରେ ଖବର ଦେଇଥିଲେ। ଏହାପରେ ପୁଲିସ ଉକ୍ତ ଘଟଣାରେ ଖୋଳତାଡ଼ ଆରମ୍ଭ କରିଥିଲା।

Tags: