ଡୋମିନିକାନ୍‌ ରିପବ୍ଲିକ୍‌ ନାଇଟ୍‌କ୍ଲବର ଛାତ ଭୁଶୁଡ଼ି ୯୮ ମୃତ, ୧୬୦ ଆହତ

ଡୋମିନିକାନ୍‌ ରିପବ୍ଲିକ୍‌: ଡୋମିନିକାନ୍‌ ରିପବ୍ଲିକ୍‌ର ଏକ ନାଇଟ୍‌କ୍ଲବ୍‌ରେ ସଙ୍ଗୀତ ସମାରୋହ ଚାଲିଥିବା ବେଳେ ଛାଡ଼ ଭୁଶୁଡ଼ି ୯୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ସାଣ୍ଟୋ ଡୋମିନିଗୋ ନାମକ ଏକ ଲେକପ୍ରିୟ ନାଇଟ୍‌କ୍ଲବ୍‌ର ଜେଟ୍‌ସେଟ୍‌ ଭେନ୍ୟୁରେ ସେଠାକାର ପ୍ରସିଦ୍ଧ ଗାୟକ ରୁବି ପିରେଜ୍‌ଙ୍କ ସଙ୍ଗୀତ ସମାରୋହ ଥିଲା। ଏହି ସମାରୋହରେ ଜଣାଶୁଣା ବେସ୍‌ବଲ୍‌ ଖେଳାଳୀ ଓକ୍ଟାଭିଓ ଦୋତେଲ୍‌ଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ। ନାଚଗୀତରେ ସମସ୍ତ ଦର୍ଶକ ଝୁମୁଥିବା ବେଳେ ରାତି […]

ଡୋମିନିକାନ୍‌ ରିପବ୍ଲିକ୍‌ ନାଇଟ୍‌କ୍ଲବର ଛାତ ଭୁଶୁଡ଼ି ୯୮ ମୃତ, ୧୬୦ ଆହତ
Samaya Live Picture
Published On

ଡୋମିନିକାନ୍‌ ରିପବ୍ଲିକ୍‌: ଡୋମିନିକାନ୍‌ ରିପବ୍ଲିକ୍‌ର ଏକ ନାଇଟ୍‌କ୍ଲବ୍‌ରେ ସଙ୍ଗୀତ ସମାରୋହ ଚାଲିଥିବା ବେଳେ ଛାଡ଼ ଭୁଶୁଡ଼ି ୯୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ସାଣ୍ଟୋ ଡୋମିନିଗୋ ନାମକ ଏକ ଲେକପ୍ରିୟ ନାଇଟ୍‌କ୍ଲବ୍‌ର ଜେଟ୍‌ସେଟ୍‌ ଭେନ୍ୟୁରେ ସେଠାକାର ପ୍ରସିଦ୍ଧ ଗାୟକ ରୁବି ପିରେଜ୍‌ଙ୍କ ସଙ୍ଗୀତ ସମାରୋହ ଥିଲା। ଏହି ସମାରୋହରେ ଜଣାଶୁଣା ବେସ୍‌ବଲ୍‌ ଖେଳାଳୀ ଓକ୍ଟାଭିଓ ଦୋତେଲ୍‌ଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ। ନାଚଗୀତରେ ସମସ୍ତ ଦର୍ଶକ ଝୁମୁଥିବା ବେଳେ ରାତି ୧୨ଟା ୪୪ ମିନିଟ୍‌ରେ ଭେନ୍ୟୁର ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୯୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଛାତ ଭୁଶୁଡ଼ିବା ସମୟର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେସ୍‌ ଭାଇରାଲ୍‌ ହୋଇଛି।

Tags: