ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍, ଟ୍ରମ୍ପ୍ଙ୍କ ମୃତ୍ୟୁ ହୋଇଥିବା ଘୋଷଣା
ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ବୁଧବାର ସକାଳେ ହ୍ୟାକ୍ ହୋଇଛି। ହ୍ୟାକର୍ ଟ୍ରମ୍ପ୍ ଜୁନିୟରଙ୍କ ଏକ୍ସ ଆକାଉଣ୍ଟ୍ ହ୍ୟାକ୍ କରିବା ସହ ତାଙ୍କ ବାପାଙ୍କ ମୃତ୍ୟୁ ଖବର ସମେତ ଅନେକ ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପୋଷ୍ଟ୍ କରିଥିଲା। ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ସକାଳ ୮.୨୫ରେ ଆକାଉଣ୍ଟ୍ ହ୍ୟାକ୍ ହେବା ସହ ଏକ ପୋଷ୍ଟ୍ରେ କୁହାଯାଇଥିଲା ‘ ମୁଁ ଖୁବ୍ […]
ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ବୁଧବାର ସକାଳେ ହ୍ୟାକ୍ ହୋଇଛି। ହ୍ୟାକର୍ ଟ୍ରମ୍ପ୍ ଜୁନିୟରଙ୍କ ଏକ୍ସ ଆକାଉଣ୍ଟ୍ ହ୍ୟାକ୍ କରିବା ସହ ତାଙ୍କ ବାପାଙ୍କ ମୃତ୍ୟୁ ଖବର ସମେତ ଅନେକ ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପୋଷ୍ଟ୍ କରିଥିଲା। ଏହି ଖବର
ସୋସିଆଲ ମିଡିଆରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ସକାଳ ୮.୨୫ରେ ଆକାଉଣ୍ଟ୍ ହ୍ୟାକ୍ ହେବା ସହ ଏକ ପୋଷ୍ଟ୍ରେ କୁହାଯାଇଥିଲା ‘ ମୁଁ ଖୁବ୍ ଦୁଃଖର ସହ ଏହା ଘୋଷଣା କରୁଛି ଯେ ମୋ ବାପା ଡୋନାଲ୍ଡ ଟ୍ରମ୍ପ୍ଙ୍କର ପରଲୋକ ଘଟିଛି। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି। ଏଥିସହ ଆହୁରି ଅନେକ ପୋଷ୍ଟ୍ ମଧ୍ୟ କରାଯାଇଥିଲା। ତେବେ ପରେ ଟ୍ରମ୍ପ୍ ଜୁନିୟର ଏକ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ ବାପା ବଞ୍ଚିଛନ୍ତି ଏବଂ ତାଙ୍କ ଆକାଉଣ୍ଟ୍ ହ୍ୟାକ୍ ହୋଇଛି।




